ବେଲପାହାଡ଼ ପୌର ପରିଷଦ କର୍ମଚାରୀଙ୍କୁ କୋଭିଡ୍‌ ଟିକା

ବେଲପାହାଡ଼,୯।୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦ କର୍ମଚାରୀଙ୍କ ପାଇଁ ମଙ୍ଗଳବାର କୋଭିଡ୍‌ ୧୯ ଟିକାକାରଣ ଆରାମ୍ଭ ହୋଇଛି । ଏଥିପାଇଁ ପୌର କାର୍ଯ୍ୟାଳୟରେ ପଞ୍ଜୀକାରଣ କକ୍ଷ, ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ ଓ ଟିକାକରଣ ପରବର୍ତ୍ତୀ ପାର୍ଶ୍ୱ ପ୍ରତୀକ୍ଷା ପରିଚାଳନା କକ୍ଷର ବ୍ୟବସ୍ଥା କରାଯାଇଛି। ପୌର ନିର୍ବାହୀ ଅଧିକାରୀ ଲୋକନାଥ କୁମାର ତିୱାରୀ ଟିକା କାର୍ଯ୍ୟକ୍ରମକୁ ଫିତା କାଟି ଶୁଭାରମ୍ଭ କରିଥିଲେ ଏବଂ ପ୍ରଥମେ ଟିକା ନେଇଥିଲେ। ପରେ ଅନ୍ୟ କର୍ମଚାରୀଙ୍କୁ ତାଲିକା ଅନୁଯାୟୀ ଟିକା ଦିଆଯାଉଛି । ଟିକା ପାଇଁ ସମୁଦାୟ ୧୦୨ ଜଣ ପୌର କର୍ମଚାରୀଙ୍କ ନାମ ପଞ୍ଜିକୃତ କରାଯାଇଛି । ଗତ ସୋମବାର ୧୩ ଜଣ ପୌର କର୍ମଚାରୀ ଲଖନପୁର ବ୍ଲକ ଅଫିସକୁ ଯାଇ କୋଭିଡ୍‌ ଟିକା ନେଇଥିଲେ।