ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ: ୩୦ ହଜାର ଜରିମାନା

ଭଣ୍ଡାରିପୋଖରୀ,୭।୫(ଡି.ଏନ.ଏ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରହଣିଆ ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗ୍ରାମର ବିଦ୍ୟାଧର ସାମଲଙ୍କ ଝିଅ ବାହାଘର ଭୋଜି ଚାଲିଥିଲା। ଭୋଜିରେ ଲୋକଙ୍କ ଭିଡ଼ ଜମିବା, ସାମାଜିକ ଦୂରତା ବଜାୟ ନ ରଖିବା, ଠିକ୍‌ ଭାବେ ମାସ୍କ ବ୍ୟବହାର ନ କରିବା ଆଦି ନେଇ ଟୁଇଟର ମାଧ୍ୟମରେ ଜିଲାପାଳଙ୍କୁ ଅଭିଯୋଗ କରାଯାଇଥିଲା। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ ବିଜୟ କୁମାର ସାହୁ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା ପ୍ରମୁଖ ଚଢ଼ାଉ କରି ଜରିମାନା ଆଦାୟ କରିଥିବା ବିଡିଓଙ୍କ ସୂତ୍ରରୁ ଜଣାଯାଇଛି।

Share