ୟୁନିଭରସିଟିରେ କୋଭିଡ୍‌ ଓ୍ବାର୍ଡ…

ଲକ୍ଷ୍ନୌ,୧୭।୪: କରୋନା ସଂକ୍ରମଣ ନେଇ ଉତ୍ତରପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଆହ୍ଲାବାଦ ୟୁନିଭରସିଟିକୁ କୋଭିଡ୍‌ ଓ୍ବାର୍ଡ ପରିଣତ କରିବାକୁ ଯାଉନ୍ତି। ଇତିମଧ୍ୟରେ ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ବିଶ୍ୱବିଦ୍ୟାଳୟର ହଷ୍ଟେଲକୁ ଖାଲି କରିବାକୁ ସୂଚନା ଜାରି ହୋଇଛି। ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବାରୁ ବିପର୍ଯ୍ୟୟ ପରିଚାଳନା ଆକ୍ଟ ଅନ୍ତର୍ଗତ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ ବୋଲି ୟୁନିଭରସିଟି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଶିକ୍ଷାର୍ଥୀମାନେ ଘରେ ସୁରକ୍ଷିତ ରହି ପାଠ ପଢ଼ିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱାରୋପ କରିଛନ୍ତି।

Share