ଗଜପତିରେ ପହଞ୍ଚିଲା କୋଭିଡ୍‌ ଭାକ୍ସିନ୍‌

ପାରଳାଖେମୁଣ୍ଡି,୧୪ା୧(ଡି.ଏନ୍‌.ଏ.)- କୋଭିଡ୍‌ ଭାସ୍କିନ୍‌ ବୁଧବାର ରାତିରେ ଭୁବନେଶ୍ୱରରୁ କଡା ସୁରକ୍ଷା ମଧ୍ୟରେ ଆସି ଗଜପତିରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ୪,୫୦୦ କୋଭିଶିଲ୍ଡ ଟିକା ଆସିଥିବା ଜଣାପଡିଛି। ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପରିସର ଟିକା ସଂରକ୍ଷଣ କେନ୍ଦ୍ରରେ କଡା ସୁରକ୍ଷା ବଳୟ ମଧ୍ୟରେ ଏହାକୁ ରଖାଯାଇଛି। ୧୬ ତାରିଖରେ ଦେଶବ୍ୟାପୀ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗଜପତି ଜିଲାରେ ମଧ୍ୟ ଚିହ୍ନଟ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋହନା , ରାୟଗଡ ଓ ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସିଡିଏମ୍‌ଓ ଡ. ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି। ଜିଲାରେ ମୋଟ ୨୭ କେନ୍ଦ୍ରରେ ଟିକା ଦିଆଯିବାକୁ ଥିବାବେଳେ ୧୬ ତାରିଖରେ ୪ କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ମୋଟ ୪ଶହ ଜଣକୁ ଟିକା ଦିଆଯିବ। ଏଡିପିଏଚ୍‌ଓ ଜିଲା ଟୀକାକରଣ ଅଧିକାରୀ ଡାକ୍ତର ଏମ୍‌. ଏମ୍‌. ମୁନିର, ଏଡିଏମ୍‌ଓ ମେଡିକାଲ ଡା. ପ୍ରମୋଦ କୁମାର ପଣ୍ଡା, ଡିପିଏମ୍‌ ସୌମ୍ୟରାଣୀ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।