୮୦୦ ଟଙ୍କାରେ କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ

ନୂଆଦିଲ୍ଲୀ, ୧।୧୨: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫.୬ ଲକ୍ଷ ଉପରେ ଅଛି। ଅଧିକରୁ ଅଧିକ ପରୀକ୍ଷା ଉପରେ ଏଠାରେ ଜୋର୍‌ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘରୋଇ ହସ୍ପିଟାଲ ଲାଗି ସୋମବାର କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ ଦର ୨,୪୦୦ ଟଙ୍କାରୁ ୮୦୦ ଟଙ୍କାକୁ କମାଇ ଦେଇଛନ୍ତି। ଦିଲ୍ଲୀ ସରକାରୀ ହସ୍ପିଟାଲରେ ଏହି ଟେଷ୍ଟ ମାଗଣାରେ କରାଯାଉଛି। କେଜ୍‌ରିଓ୍ବାଲ ଟୁଇଟ କରି ଏନେଇ ସ୍ପଷ୍ଟ କରିଛନ୍ତି।

Share