ବଜାରରେ ମିଳିବ କରୋନା ଟିକା!

ନୂଆଦିଲ୍ଲୀ,୨୦ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ର ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି) ବୁଧବାର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ କିଛି ସର୍ତ୍ତରେ ବଜାରରେ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛି । ଶେଷ ମଞ୍ଜୁରୀ ପାଇଁ ଏହାକୁ ଡିଜିସିଏ ନିକଟକୁ ପଠାଯିବ । ଏହା ପୂର୍ବରୁ ହୋଇଥିବା ବୈଠକରେ ଏସ୍‌ଇସି ୨ଟି ଯାକ ଟିକା ନିର୍ମାଣକାରୀ କମ୍ପାନୀଠାରୁ ଏ ସର୍ମ୍ପକରେ ଅଧିକ ତଥ୍ୟ ମାଗିଥିଲା ।
ଫାର୍ମା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ଖୋଲା ବଜାରରେ ଟିକା ବିକ୍ରି ପାଇଁ ଡିସିଜିଆଇଠାରୁ ଅନୁମତି ମାଗିଥିଲେ । ଏସଆଇଆଇର ନିର୍ଦ୍ଦେଶକ(ସରକାରୀ ଓ ନିୟାମକ ମାମଲା) ପ୍ରକାଶ କୁମାର ସିଂ ଏହି ମାମଲାକୁ ନେଇ ଅକ୍ଟୋବର ୨୫ରେ ଡିସିଜିଆଇ ନିକଟରେ ଏକ ଆବେଦନ କରିଥିଲେ । ଏହାପରେ ଡିସିଜିଆଇ ଏ ସମ୍ପର୍କରେ ଅଧିକ ଡାଟା ମାଗିଥିଲେ । ନିକଟରେ ସିଂ ଏହାକୁ ନେଇ ଅଧିକ ଡାଟା ପ୍ରସ୍ତୁତ କରିଛନ୍ତି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ କେନ୍ଦ୍ରୀୟ ଔଷଧୀ ମାନକ ନିୟନ୍ତ୍ରଣ ସଙ୍ଗଠନ(ସିଡିଏସସିଓ)ର କରୋନା ସମ୍ପର୍କିତ ବିଷୟ ବିଶେଷଜ୍ଞ ସମିତି(ଏସ୍‌ଇସି) ଦ୍ୱିତୀୟ ଥର ସିରମ ଓ ଭାରତ ବାୟୋଟେକର ଆବେଦନର ସମିକ୍ଷା କରିବା ସହ କିଛି ସର୍ତ୍ତରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଖୋଲା ବାଜରରେ ବିକ୍ରି ପାଇଁ ଅନୁମତି ଦେବାକୁ ସୁପାରିସ କରିଛନ୍ତି ।

Share