Categories: ଜାତୀୟ

ଟିକା ଦର ଧାର୍ଯ୍ୟ କଲା ସେରମ: ଏତିକି ଟଙ୍କାରେ ମିଳିବ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଟିକାକରଣକୁ ଜୋରଦାର ପାଇଁ କେନ୍ଦ୍ର ସରକାର ଆଗେଇ ଆସିଛନ୍ତି। କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ବୁଧବାର ଟିକା ଦର ଧାର୍ଯ୍ୟ କରିଛି। ଖେଶଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଧାର୍ଯ୍ୟ ହୋଇଛି। ଦର ମୁତାବକ ପ୍ରାଇଭେଟ୍‌ ହସ୍ପିଟାଲକୁ କୋଭିଶିଲ୍ଡ ଟିକା ୬୦୦ ଟଙ୍କା ଏବiଂ ରାଜ୍ୟ ସରକାରଙ୍କୁ ପ୍ରତି ଡୋଜ୍‌ ୪୦୦ ଟଙ୍କାରେ ଦିଆଯିବ ବୋଲି ସେରମ ଇନ୍‌ଷ୍ଟିଚ୍ୟୁର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତରେ ଟିକା ଦର କମ୍‌ ଥିବା ସେ କହିଛନ୍ତି। ଆମେରିକାରେ ୧୫୦୦, ରୁଷିଆରେ ୭୫୦, ଚାଇନାରେ ୭୫୦ ଟଙ୍କାରେ କରୋନା ଟିକା ଉପଲବ୍ଧ ଅଛି। ସୂଚନାଯୋଗ୍ୟ, ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। ଟିକା ନେବାର ସର୍ବନିମ୍ନ ବୟସ ୧୮ କରିଛନ୍ତି ସରକାର। କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଣ୍ଟ୍ରାଲ ଡ୍ରଗ ଲାବୋରେଟୋରୀକୁ ଦେବେ। ଏହାପରେ ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ ଉକ୍ତ ଟିକା ଉତ୍ପାଦନକାରୀ କମ୍ପାନୀ। ଏବେ ବିଭିନ୍ନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି। ଏବେ ଖୋଲା ବଜାରକୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାର ଅର୍ଥ ଔଷଧ ଦୋକାନ, ହସ୍ପିଟାଲ ମଧ୍ୟ କରୋନା ଟିକା ଉତ୍ପାଦକଙ୍କ ପାଖରୁ କିଣିପାରିବେ।

Share