୧୦୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ୍‌ : ସେରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୪।୧: ଭାରତରେ କୋଭିଶିଲ୍ଡ୍‌ ୧୦୦୦ଟଙ୍କାରେ ମିଳିବ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ମାତ୍ର ସରକାରଙ୍କ ଅନୁମତି ମିଳିଲେ ଏଭଳି କରାଯିବ। ସେରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରଥମ ଏକ କୋଟି ଟିକା ୨୦୦ଟଙ୍କାର ସ୍ବତନ୍ତ୍ର ଦାମ୍‌ରେ ଯୋଗାଇ ଦିଆଯିବ। ତେବେ ପରବର୍ତ୍ତୀ ସମୟରେ ଏହାକୁ ୧୦୦୦ ଟଙ୍କାରେ ବିକ୍ରି କରାଯିବ। ଟିକା ସହିତ ବୁଷ୍ଟର ମଧ୍ୟ ଦିଆଯିବ। ଏହାର ଦାମ୍‌ ମଧ୍ୟ ୧୦୦୦ ଟଙ୍କା ରହିଛି। ତେଣୁ ଟିକାର ମୋଟ ଦାମ ୨୦୦୦ ଟଙ୍କା ରହିବ ବୋଲି ସେ କହିଛନ୍ତି। ଭାରତ ସରକାର ସେରମ୍‌ ଇନଷ୍ଟିଚ୍ୟୁଟ୍‌ଠାରୁ ଟିକା କିଣି ଏହାକୁ ମାଗଣାରେ ଲୋକଙ୍କୁ ଦେବେ। ସେରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ସରକାରଙ୍କୁ ଟିକା ୨୫୦ ଟଙ୍କାରେ ବିକ୍ରି କରାଯିବ ବୋଲି ସେ କହିଛନ୍ତି।

Share