Categories: ଜାତୀୟ

କୋଭୋଭାକ୍ସ ବୁଷ୍ଟର ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ, ୧୧।୪: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ବିକଶିତ କୋଭୋଭାକ୍ସ ଟିକାର ବୁଷ୍ଟର ଡୋଜ୍‌କୁ ଅନୁମତି ପ୍ରଦାନ କରିଛନ୍ତି। କୋଭୋଭାକ୍ସ ବୁଷ୍ଟର ଡୋଜ୍‌ ଖୁବ୍‌ଶୀଘ୍ର କୋଓ୍ବିନ୍‌ ପୋର୍ଟାଲରେ ଉପଲବ୍ଧ ହେବାକୁ ଯାଉଛି। ଏହାର ଗୋଟିଏ ଡୋଜ୍‌ର ମୂଲ୍ୟ ୨୨୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଯେଉଁମାନେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା ନେଇଛନ୍ତି, ସେମାନେ କୋଭୋଭାକ୍ସ ବୁଷ୍ଟର ଡୋଜ୍‌ ନେଇପାରିବେ। ପୂର୍ବରୁ କୋଭୋଭାକ୍ସ ବୁଷ୍ଟର ଡୋଜ୍‌କୁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ), ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

Share