କୋଭୋଭାକ୍ସକୁ ମିଳିଲା ଡବ୍ଲୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୧୮ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସିରମ ଇନଷ୍ଟିଚ୍ୟୁଟର ଭ୍ୟାକ୍ସିନ କେଭୋଭାକ୍ସକୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ଆର ପୁନାୱାଲା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କରୋନା ଲଢେଇରେ ଆଉ ଏକ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି କରୋନା ମୁକାବିଲାରେ କୋଭୋଭାକ୍ସ ଭ୍ୟାକ୍ସିନ ଅଧିକ ପ୍ରଭାବଶାଳୀ ଓ ସୁରକ୍ଷିତ । ସୂଚନାଯୋଗ୍ୟ, କୋଭୋଭାକ୍ସ ଭ୍ୟାକ୍ସିନକୁ ସିରମ ନୋଭୋଭାକ୍ସ କମ୍ପାନୀ ସହ ମିଶି ପ୍ରସ୍ତୁତ କରିଛି । ଏବେ ପର୍ଯ୍ୟନ୍ତ ଏହା ଯେତେଥର ଟ୍ରାଏଲ କରାଯାଇଛି ପ୍ରତିଥର ଏହା ପ୍ରଭାବଶାଳୀ ଭାବେ ସାବ୍ୟସ୍ତ ହୋଇଛି । ସେଥିପାଇଁ ଡବ୍ଲୁଏଚଓ ଏହାକୁ ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ଡବ୍ଲୁଏଚଓ କହିଛି ଏହି ଭ୍ୟାକ୍ସିନ କମ୍ ଆୟ କରୁଥିବା ଦେଶପାଇଁ ଲାଭଦାୟକ ହେବ । ଏହା ବ୍ୟତୀତ ସେଠାରେ ଟିକାକରଣକୁ ଆହୁରି ଆଗେଇ ନେଇହେବ ।

Share