ଗାଈର ଗୋବରରେ ମହାକାଶ ଯିବ ରକେଟ, ପ୍ରଥମ ଥର ରକେଟ ଇଞ୍ଜିନରେ ଏଲବିଏମର ସଫଳ ପ୍ରୟୋଗ

ଟୋକିଓ,୧୬।୧୨: ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ସାରା ବିଶ୍ୱରେ ଆଲୋଚନା ଜାରି ରହିଛି। ଏଥିପାଇଁ ଗ୍ଲୋବାଲ ଓ୍ବାର୍ମିଂକୁ କମ୍‌ କରିବାକୁ ହେଲେ କାର୍ବନ ଉତ୍ସର୍ଜନର ପରିମାଣ କମେଇବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରକେଟ୍‌ ପାଇଁ ବ୍ୟବହାର ହେଉଥିବା ପାରମ୍ପରିକ ଇନ୍ଧନ ଦ୍ୱାରା ବିଶ୍ୱ ପର୍ଯ୍ୟାବରଣର କ୍ଷତି ସାଧନ ହେଉଛି। ରକେଟ ଇଞ୍ଜିନରେ ପାରମ୍ପରିକ ବ୍ୟବହାର ହେଉଥିବା ଇନ୍ଧନ ଜଳିବା ଦ୍ୱାରା ବିଭିନ୍ନ ପ୍ରଦୂଷଣ ଗ୍ୟାସ ଓ ଗ୍ରୀନ ହାଉସ ଗ୍ୟାସର ଉତ୍ସର୍ଜନ ହେଉଛି।
ତେବେ ଏହି ସମସ୍ୟାର ସମାଧାନ ପାଇଁ ଏକ ନୂଆ ଉପାୟ ଖୋଜା ହୋଇଛି। ଏବେ ଗାଈର ଗୋବର ଦ୍ୱାରା ରକେଟକୁ ମହାକାଶ ଯାତ୍ରାକୁ ପଠାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସାଧାରଣତଃ ଆପଣ ଜାଣିଥିବେ, ଗାଈର ଗୋବର ଜୈବ ଉର୍ବର, ଦେଶୀ ଖାଦ୍ୟ, ରୋଷେଇ ଜାଳେଣି କିମ୍ବା ବିଭିନ୍ନ ଧାର୍ମିକ ଅନୁଷ୍ଠାନମାନଙ୍କରେ ବ୍ୟବହାର ହୋଇଥାଏ। କିନ୍ତୁ ଜାପାନର ଇଞ୍ଜିନିୟରମାନେ ଗୋବରରୁ ପ୍ରାପ୍ତ ତରଳ ମିଥେନ ଗ୍ୟାସ ଦ୍ୱାରା ରକେଟ ଉଡାଇବାର ପରୀକ୍ଷଣ କରିଛନ୍ତି। ଯାହା ସଫଳ ମଧ୍ୟ ହୋଇଛି।

Share