ଭାରତରେ ଗାଈ-ମୂଷାଙ୍କର ହେଉଛି ପୂଜା, ଆମେରିକୀୟ ଲେଖିକାଙ୍କ ବିଦାଦୀୟ ମନ୍ତବ୍ୟ,ନିକ୍କିଙ୍କୁ ଟାର୍ଗେଟ…

ଓ୍ବାଶିଂଟନ,୨୦।୨ : ରକ୍ଷଣଶୀଳ ଆମେରିକୀୟ ଲେଖକ ଆନ କୁଲଟର ଭାରତୀୟ-ଆମେରିକୀୟ ନେତା ନିକ୍କି ହାଲେଙ୍କ ଉପରେ ଅନେକ ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଭାବରେ ନିକ୍କି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଦ ମାର୍କ ସିମୋନ ଶୋ ନାମକ ଏକ ପୋଡକାଷ୍ଟରେ ଆମେରିକୀୟ ଶିଖ ପିତାମାତା ତଥା ଦକ୍ଷିଣ କାରୋଲିନାର ପୂର୍ବତନ ରାଜ୍ୟପାଳଙ୍କ ଝିଅ ନିକ୍କିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ କୁଲଟର କହିଛନ୍ତି ଯେ ଆପଣ କାହିଁକି ନିଜ ଦେଶକୁ ଫେରିଯାଉ ନାହାଁନ୍ତି?

ନିକ୍କିଙ୍କ ପ୍ରତି ତାଙ୍କର ଘୃଣା ବ୍ୟକ୍ତ କରି ସେତାଙ୍କୁ ହାସ୍ୟାସ୍ପଦ ବୋଲି କହିଥିଲେ। ସେ କହିଥିଲେ,ଯେଉଁମାନେ ତାଙ୍କୁ ସମର୍ଥନ କରନ୍ତି ସେମାନେ ପ୍ରକୃତରେ ଯୌନବାଦୀ ଅଟନ୍ତି। ସେ କହିଛନ୍ତି ମୁଁ ଭାବୁନାହିଁ ଯେ ସେ ଦୁଇ ପ୍ରତିଶତରୁ ଅଧିକ ଭୋଟ ପାଇବେ। ଏହି ପ୍ରକାର ପ୍ରସଙ୍ଗ ବିଷୟରେ ଭବିଷ୍ୟବାଣୀ କରିବାକୁ ମୁଁ ଘୃଣା କରେ। କିନ୍ତୁ ସେ କେବଳ ହାସ୍ୟାସ୍ପଦ ବ୍ୟକ୍ତି। ନିକ୍କି ପ୍ରତି କୁଲଟରଙ୍କ ଘୃଣା ଧୀରେ ଧୀରେ ଭାରତ ଏବଂ ଭାରତୀୟଙ୍କ ପ୍ରତି ଶତ୍ରୁତାରେ ପରିଣତ ହେବାରେ ଲାଗିଛି।

ସେ କହିଥିଲେ, ଗାଈକୁ ପୂଜା କରିବାର ଅର୍ଥ କ’ଣ? ସେଠାରେ ଲୋକମାନେ ଭୋକରେ ମରୁଛନ୍ତି। ଆପଣ ଜାଣନ୍ତି କି ସେମାନଙ୍କର ମୂଷା ମନ୍ଦିର ମଧ୍ୟ ଅଛି, ଯେଉଁଠାରେ ସେମାନେ ମୂଷାକୁ ପୂଜା କରନ୍ତି? ’ କୁଲଟର ନିକ୍କିଙ୍କ ଉପରେ ଏଭଳି ପ୍ରଥମ ଥର ପାଇଁ ମନ୍ତବ୍ୟ ଦେଇ ନାହାନ୍ତିି। ଏହାପୂର୍ବରୁ ୨୦୧୬ ରେ କୁଲଟର ଟ୍ରମ୍ପଙ୍କୁ ନିକ୍କିଙ୍କୁ ଦେଶାନ୍ତର କରିବାକୁ କହିଥିଲେ।

Share