
ଦିଗପହଣ୍ଡି,୪।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଅଧିନ ଆନନ୍ଦ ନଗର ସାହି ସନ୍ତୋଷୀ ମା’ ମନ୍ଦିର ନିକଟ ଏକ କାଦୁଅ ଗଣ୍ଡରେ ଫସି ରହିଥିବା ଏକ ଗାଈକୁ ୮ ଘଣ୍ଟା ପରେ ଶୁକ୍ରବାର ସକାଳେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଗାଈଟି ନିକଟସ୍ଥ ଜମିରେ ଘାସ ଖାଇବାକୁ ଯାଇଥିବାବେଳେ ଗୁରୁବାର ରାତିରୁ ଉକ୍ତ ଗଣ୍ଡରେ ପୋତି ହୋଇଯାଇଥିଲା। ଭୋରରେ କିଛି ସାହି ବାସିନ୍ଦା ଗାଈଟି ଗଣ୍ଡ ରେ ଫସିଯାଇ ଛଟପଟ ହେଉଥିବା ଦେଖିଥିଲେ। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ କରି ଗାଈଟିକୁ ଉଦ୍ଧାର କରିଥିବା ଜଣାପଡିଛି।