Categories: ଜାତୀୟ

କୋଓ୍ବିନ ଆପରୁ ତଥ୍ୟ ଲିକ୍‌ ଘଟଣାରେ ୨ ଗିରଫ

ବିହାର,୨୨।୬: କୋଓ୍ବିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଉଭୟ ବ୍ୟକ୍ତି କୋଓ୍ବିନ ଆପର ତଥ୍ୟ ଲିକ୍‌ କରିବାରେ ସମ୍ପୃକ୍ତ ଅଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଅଧିକାରୀ କହିଛନ୍ତି, ଅଭିଯୁକ୍ତ କୋଓ୍ବିନ ଆପର ତଥ୍ୟ ଲିକ୍‌ କରିବା ପାଇଁ ଟେଲିଗ୍ରାମ ଆପ ବ୍ୟବହାର କରିଥିଲେ।

ସୂଚନାଯୋଗ୍ୟ, କୋଓ୍ବିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲି୍‌କ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ। ଏପରିକି ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ସରକାରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବା କଥାକୁ ସରକାର ଦୁର୍ଭାଗ୍ୟଜନକ ଏବଂ ଭିତ୍ତିହୀନ ବୋଲି କହିଥିଲେ। କୋଓ୍ବିନ ପୋର୍ଟାଲ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସରକାର କହିଥିଲେ। ହେଲେ ତଥ୍ୟ ଲି୍‌କ ଅଭିଯୋଗ ମଧ୍ୟରେ ସରକାର ଦେଶର ନୋଡାଲ ସାଇବର ସୁରକ୍ଷା ଏଜେନ୍ସିକୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share