Categories: ଜାତୀୟ

କୋଓ୍ବିନ୍‌ ଡେଟା ଉଲ୍ଲଂଘନ: ଆଲୋଚନାକୁ ସଂସଦୀୟ କମିଟିର ନା

ନୂଆଦିଲ୍ଲୀ, ୧୬ା୬: କୋଓ୍ବିନ୍‌ ତଥ୍ୟ ଲିକ୍‌ ସମ୍ପର୍କିତ ରିପୋର୍ଟ ଉପରେ ଆଲୋଚନା କରିବାକୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିର ସ୍ଥାୟୀ ସଂସଦୀୟ କମିଟି ଗୁରୁବାର ମନା କରିଦେଇଛି। କୋଭିଡ୍‌-୧୯ ଟିକାକରଣ ବେଳେ ଉକ୍ତ ଆପ୍‌ରେ ଦିଆଯାଇଥିବା ବ୍ୟକ୍ତିଗତ ତଥ୍ୟ ଟେଲିଗ୍ରାମ୍‌ ବୋଟ୍‌ ଜରିଆରେ ଲିକ୍‌ ହୋଇଥିଲା। ବହୁ ରାଜନେତା, ଖବରଦାତା ଓ ବିଶିଷ୍ଟଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବୈଠକରେ ଟିଏମ୍‌ସି ଏବଂ କଂଗ୍ରେସ ଏମ୍‌ପିମାନେ କୋଓ୍ବିନ୍‌ ଡେଟା ପ୍ରଘଟ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଏହା ବୈଠକର କାର୍ଯ୍ୟସୂଚୀରେ ନ ଥିବା କହି କମିଟି ଆଲୋଚନା ଦାବିକୁ ଏଡ଼ାଇଯାଇଛି। ସେହିପରି ଟୁଇଟର୍‌ର ପୂର୍ବତନ ସିଇଓ ଜାକ୍‌ ଡୋର୍ସି ଆଣିଥିବା ଅଭିଯୋଗ ଉପରେ ଆଲେଚନାକୁ କମିଟି ଅଗ୍ରାହ୍ୟ କରିଦେଇଛନ୍ତି। ସରକାରୀ ବିରୋଧୀ ଏବଂ ୩ ବିବାଦୀୟ କୃଷି ଆଇନ ଉପରେ ଖବର ଛାପୁଥିବା ଟୁଇଟର ଏହାକୁ ବନ୍ଦ ନ କଲେ, ଭାରତରେ ଏହାକୁ କାର୍ଯ୍ୟ କରିବାକୁ ଦିଆଯିବନି ବୋଲି କେନ୍ଦ୍ର ସରକାର ଧମକ ଦେଇଥିବା ଡୋର୍ସି ଅଭିଯୋଗ ଆଣିଥିଲେ।

Share