Categories: ଜାତୀୟ

ଧ୍ୟାନ ଦିଅନ୍ତୁ : କୋଓ୍ବିନ ପଠାଇବ କୋଡ୍‌

ନୂଆଦିଲ୍ଲୀ, ୭ା୫ : କୋଭିଡ୍‌-୧୯ ଟିକା ପାଇଁ ରେଜିଷ୍ଟ୍ରେଶନ ବେଳେ ହେଉଥିବା ଅସୁବିଧାକୁ କମ୍‌ କରିବାକୁ କୋଓ୍ବିନ ସିଷ୍ଟମରେ ସାମିଲ ହେବାକୁ ଯାଉଛି ନୂଆ ଫିଚର। ଶନିବାରଠାରୁ କୋଓ୍ବିନ ସିଷ୍ଟମ ୪ ଟିକିଆ ସିକୁରିଟି କୋଡ୍‌ ବ୍ୟବସ୍ଥା ଆରମ୍ଭ କରିବ। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି।

କେତେକ ୟୁଜର ଆପଏଣ୍ଟମେଣ୍ଟ ବୁକ୍‌ କରିଥିଲେ। କିନ୍ତୁ ଟିକାକରଣ ପାଇଁ ପହଞ୍ଚି ନ ଥିଲେ ବାଛିଥିବା କେନ୍ଦ୍ରରେ। ଏହାସତ୍ତ୍ୱେ ସେମାନଙ୍କ ନିକଟରେ ପହଞ୍ଚୁଥିଲା ଟିକାକରଣ ହୋଇସାରିଥିବା ନୋଟିଫିକେଶନ। ତଦନ୍ତରୁ ଜଣାପଡ଼ିଥିଲା, ଏହା ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ତ୍ରୁଟି, ଯାହା ତଥ୍ୟ ପ୍ରଦାନ ବେଳେ ହୋଇଥିଲା। ଏଭଳି ତ୍ରୁଟିକୁ କମ କରିବା ପାଇଁ କୋଓ୍ବିନ ସିଷ୍ଟମ ୪ ଟିକିଆ ସିକୁରିଟି ବ୍ୟବସ୍ଥା ୮ ତାରିଖରୁ ଆରମ୍ଭ କରିବାକୁ ଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଟିକାକଟଣ ସ୍ଲଟ ପାଇଁ ଅନଲାଇନ ବୁକିଂ କରିଥିବା ନାଗରୀକଙ୍କ ପାଇଁ ଏହି ଫିଚର ଉପଲବ୍ଧ ହେବ।

Share