Categories: ଫୁରସତ

ଉଦ୍ଭିଦଭିତ୍ତିକ କ୍ଷୀରଠାରୁ ଗାଈ କ୍ଷୀରରେ ଅଧିକ ପ୍ରୋଟିନ୍‌

ନୂଆଦିଲ୍ଲୀ: ଅଧିକାଂଶ ଉଦ୍ଭିଦଭିତ୍ତିକ କ୍ଷୀରରେ ଗାଈ କ୍ଷୀର ଅପେକ୍ଷା କମ୍‌ ପରିମାଣର ପ୍ରୋଟିନ ଥାଏ। ଏଥିରେ ପ୍ରାୟ ଏକ ତୃତୀୟାଂଶ କ୍ୟାଲସିୟମ ଏବଂ ଭିଟାମିନ୍‌ ଡି’ର ଅଭାବ ରହିଥାଏ। ଉଦ୍ଭିଦଭିତ୍ତିକ କ୍ଷୀରରେ ମୁଖ୍ୟତଃ ୪ ମିନେରାଲ ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌ ଏବଂ ସେଲେନିୟମ୍‌ର ଅଭାବ ରହିଥିବା ଦର୍ଶାଯାଇଛି। ମିନେସୋଟା ୟୁନିଭର୍ସିଟି ଅଫ୍‌ ପବ୍ଲିକ ହେଲ୍‌ଥ ପୁଷ୍ଟିକର ସମନ୍ବୟ କେନ୍ଦ୍ରର ସହକାରୀ ପ୍ରଫେସର ତଥା ସହଯୋଗୀ ନିର୍ଦ୍ଦେଶକ ଏବିଗେଲ୍‌ ଜନସନ୍‌ କହିଛନ୍ତି, ଅନେକ ଉଦ୍ଭିଦଭିତ୍ତିକ ଦୁଗ୍ଧ ବିକଳ୍ପ ପୁଷ୍ଟିକର ଖାଦ୍ୟ ଗାଈ ଦୁଗ୍ଧ ସହିତ ସମାନ ନୁହେଁ। ସେମାନେ ବାଦାମ୍‌, ଓଟ୍ସ, ଚାଉଳ ଏବଂ ସୋୟାବିନରୁ ପ୍ରସ୍ତୁତ ୨୩୭ ଦୁଗ୍ଧ ବିକଳ୍ପ ପଦାର୍ଥର ପୁଷ୍ଟିକର ସ୍ତର ବିଶ୍ଳେଷଣ କରିଛନ୍ତି, ଯାହା ବର୍ତ୍ତମାନ ଆମେରିକାରେ ଉପଲବ୍ଧ। ପରେ ପୁଷ୍ଟିକର ଡାଟାବେସ୍‌ର ସୂଚନା ବ୍ୟବହାର କରି ସେମାନେ ଏହି କ୍ଷୀରକୁ ଗାଈ କ୍ଷୀର ସହିତ ତୁଳନା କରିଥିଲେ।

ଅନୁସନ୍ଧାନକାରୀମାନେ ଏହା ଜାଣିବାକୁ ପାଇଲେ ଯେ ଗାଈ କ୍ଷୀର ସହିତ ଏହି ଉଦ୍ଭିଦଭିତ୍ତିକ କ୍ଷୀର ୧୯ ପ୍ରତିଶତ ମେଳ ଖାଉଥିଲା। କ୍ଷୀର ଯାହା ମାଂସପେଶୀ ବୃଦ୍ଧି, ଶକ୍ତି ଏବଂ ହଜମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ୨୪୦ ମିଲିଲିଟର ଉଦ୍ଭିଦଭିତ୍ତିକ କ୍ଷୀରରେ ପ୍ରୋଟିନର ମାତ୍ରା ୨ ଗ୍ରାମ ରହୁଥିବାବେଳେ ଗାଈ କ୍ଷୀରରେ ୮ ଗ୍ରାମ ରହିଥାଏ। ଏହି ଅନୁସନ୍ଧାନକୁ ଆଧାରରେ ରଖି ଗ୍ରାହକମାନେ ଉଦ୍ଭିଦଭିତ୍ତିକ ଦୁଗ୍ଧ ବିକଳ୍ପ ପଦାର୍ଥ ଖୋଜିବା ଉଚିତ, ଯାହା କ୍ୟାଲସିୟମ୍‌ଏବଂ ଭିଟାମିନ୍‌ ଡି’ ଉତ୍ପାଦ ତାଲିକାରେ ଥିବ। ତେବେ ବର୍ତ୍ତମାନ ବଜାରରେ ମିଳୁଥିବା ଉଦ୍ଭିଦଭିତ୍ତିକ ଦୁଗ୍ଧ ପ୍ରତି ସାବଧାନତା ଅବଲମ୍ବନ କରିବା ଉଚିତ, ଯେଉଁଥିରେ ଗାଈ କ୍ଷୀର ଭଳି ଭିଟାମିନ ନାହିଁ।

Share