ସାଧାରଣତଃ ମହିଳାମାନେ ଅନ୍ତଃବସ୍ତ୍ର ପିନ୍ଧିଥାନ୍ତି। ମାତ୍ର ଦୁନିଆରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ଗାଈମାନଙ୍କୁ ଅନ୍ତଃବସ୍ତ୍ର ପିନ୍ଧା ଯାଇଥାଏ। ଏହା କୌଣସି ଖୁସିରେ ନୁହେଁ ବରଂ ବାଧ୍ୟବାଧକତାରେ ପିନ୍ଧାଯାଏ। ସାଇବେରିଆରେ ପ୍ରବଳ ଥଣ୍ଡା ପଡୁଥିବାରୁ ଏଥିରୁ ରକ୍ଷା ପାଇବା ପାଇଁ ଗାଈମାନଙ୍କୁ ଏପରି ଅନ୍ତଃବସ୍ତ୍ର ପିନ୍ଧା ଯାଇଥାଏ। ଓମ୍ୟାକନ ଗାଁର ଲୋକମାନେ ଉଲ୍ରେ ତିଆରି ଅନ୍ତଃବସ୍ତ୍ର ଗାଈଙ୍କୁ ପିନ୍ଧାଇଥାନ୍ତି। ଭୀଷଣ ଥଣ୍ଡା ଯୋଗୁ ଗାଈଙ୍କୁ ଥନହରା ନାମକ ଏକ ରୋଗ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଏପରି କରାଯାଇଥାଏ।
ଓମ୍ୟାକନ ଗାଁ ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ। ଯେଉଁଠି ତାପମାତ୍ରା ମାଇନସ ୪୫ ଡିଗ୍ରୀ ହୋଇଥାଏ। ପ୍ରବଳ ଥଣ୍ଡା ଯୋଗୁ ଗାଈଙ୍କଠାରେ କ୍ଷୀର ଜମାଟ ବାନ୍ଧି ଯାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଗ୍ରାମର ଲୋକମାନେ ଗାଈମାନଙ୍କୁ କେବଳ ଉଲର ଅନ୍ତଃବସ୍ତ୍ର ପିନ୍ଧାଇଥାନ୍ତି। ଗ୍ରାମବାସୀ କୁହନ୍ତି, ଏପରି କରିବା ଦ୍ୱାରା ୨ ଲିଟର କ୍ଷୀର ବଞ୍ଚିଥାଏ। ଏହା ସହିତ ଗାଈଙ୍କୁ ଗରମ ହୋଇଥାଏ ଏବଂ ଥଣ୍ଡାଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।