କାମରେ ଲାଗୁନି ସିପିସି

ଯାଜପୁର,୧୪ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌(ସିପିସି) ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ମହାବିଦ୍ୟାଳୟ ଏବଂ ସରକାରୀ/ବେସରକାରୀ ବୈଷୟିକ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରମାନେ ଖଣି ଓ ଶିଳ୍ପାସଂସ୍ଥାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାଜପୁର ଜିଲାରେ ଗତ ୫ ବର୍ଷରେ ଗୋଟିଏ ଷ୍ଟେନଲେସ ଷ୍ଟିଲ କମ୍ପାନୀକୁ ବାଦ୍‌ ଦେଲେ ଅନ୍ୟ କୌଣସି ବୃହତ୍‌ ଶିଳ୍ପସଂସ୍ଥା କ୍ୟାମ୍ପସ ଚୟନରେ ନିଯୁକ୍ତି ପାଇନାହାନ୍ତି। ନିଯୁକ୍ତିରେ ରାଜ୍ୟ ବାହାରର ଡ଼ିଗ୍ରୀଧାରୀମାନଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ଜିଲାର ଶିଳ୍ପସଂସ୍ଥାଗୁଡିକ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ମତପ୍ରକାଶ ପାଇଛି। ଫଳରେ ଜିଲାର ବିଭିନ୍ନ କ୍ଷେତ୍ରରେ ଶତାଧିକ ବୈଷୟିକ ଡ଼ିଗ୍ରୀଧାରୀ ଛାତ୍ରୀଛାତ୍ରମାନେ ବେକାର ହୋଇ ଆର୍ଥିକ ଅନଟନର ଶିକାର ହେଉଥିବା ଅଭିଯୋଗ ହେଉଛି। ଏହିକ୍ରମରେ ସୁକିନ୍ଦା ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଦାବିରେ ନିୟମିତ ବ୍ୟବଧାନରେ ଅନଶନ, ଆନ୍ଦୋଳନ ଓ ପ୍ରତିବାଦ ସଭା ହେଉଥିବା ସହ ଅସନ୍ତୋଷ ବୃଦ୍ଧି ପାଉଛି।
ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ଯୁବତୀଯୁବକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ସେଥିମଧ୍ୟରୁ ଚିଫ୍‌ ମିନିଷ୍ଟର ଏମ୍ପ୍ଲୋମେଣ୍ଟ ଜେନେରେଶନ ପ୍ରୋଗ୍ରାମ(ସିଏମ୍‌ଇଜିପି), ପ୍ଲେସ୍‌ମେଣ୍ଟ ଲିଙ୍କ୍‌ ଟ୍ରେନିଂ ପ୍ରୋଗ୍ରାମ(ପିଏଲ୍‌ଟିପି) ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(ପିଏମ୍‌କେଭିଓ୍ବାଇ) ଅନ୍ୟତମ। ସିଏମ୍‌ଇଜିପିରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ସମୁଦାୟ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଉଛି। ଏହାବାଦ୍‌ ପିଏଲ୍‌ଟିପିରେ ୮୯୪୩୮ ଜଣ ଓ ପିଏମ୍‌କେଭିଓ୍ବାଇରେ ୧୫,୬୮୦ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି ନିଯୁକ୍ତି ମେଳା ଓ ସେନା ନିଯୁକ୍ତି ରାଲି ମାଧ୍ୟମରେ ଯୁବତୀଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ର, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ଆଦର୍ଶ ବୃତ୍ତିଗତ କେନ୍ଦ୍ର ଓ ଗୋଷ୍ଠୀସ୍ତରୀୟ ପରାମର୍ଶ ମେଳା ମାଧ୍ୟମରେ ଯୁବତୀଯୁବକମାନଙ୍କୁ ନିଯୁକ୍ତି, ଆତ୍ମନିଯୁକ୍ତି ଏବଂ ଦକ୍ଷତା ବିକାଶ କରିବା ପାଇଁ ବ୍ୟାପକ ତାଲିମ ପ୍ରଦାନ କରାଯାଉଛି ବୋଲି ରିପୋର୍ଟରେ ଦୃଢୋକ୍ତି ପ୍ରକାଶ କରାଯାଉଛି। କିନ୍ତୁ ଯାଜପୁର ଜିଲା ଖଣି ଓ ଶିଳ୍ପାଞ୍ଚଳରେ ଏହି ସବୁ ତଥ୍ୟ କାଗଜରେ ସୀମିତ ରହିଛି। ଏଠାରେ ଯେଉଁ ନୂତନ ବସ୍ତିଗୁଡ଼ିକ ଗଢି ଉଠିଛି ସେଠାରେ ଅଣଓଡ଼ିଆଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅର୍ଥାତ୍‌ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ବଦଳରେ ରାଜ୍ୟ ବାହାର ଲୋକଙ୍କୁ ଅଧିକ ଗୁରୁତ୍ୱ ମିଳୁଛି। ସେହିପରି ଶିଳ୍ପସଂସ୍ଥାଗୁଡ଼ିକର କେତେକ ଅଧିକାରୀ ରାଜ୍ୟ ବାହାରର ଠିକାସଂସ୍ଥାଗୁଡିକଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେମାନଙ୍କୁ ଅନେକ କୋଟି ଟଙ୍କାର ବଡ଼ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଉକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷମାନେ ମଧ୍ୟ ସେମାନଙ୍କ ସଂସ୍ଥାଗୁଡ଼ିକରେ ରାଜ୍ୟ ବାହାର ବ୍ୟକ୍ତିମାନଙ୍କୁ ଅଧିକ ନିଯୁକ୍ତି ଦେଉଥିବା ଦେଖିବାକୁ ମିଳିଛି। ଠିକାସଂସ୍ଥା ନିୟୋଜନ ଓ ନିଯୁକ୍ତି ଦାୟିତ୍ୱରେ ଥିବା ଶିଳ୍ପ କାରଖାନା ଅଧିକାରୀମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳର ବିଭାଗୀୟ ତଦନ୍ତ ଯଦି କରାଯାଆନ୍ତା ତେବେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ମତପ୍ରକାଶ ପାଇଛି। ଏପରି କି ବିସ୍ଥାପିତମାନେ ମଧ୍ୟ ନିଯୁକ୍ତି ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ନୀଳାଚଳ ବାସଚ୍ୟୁତ କମିଟି, ଭୀମ ଆର୍ମି ପ୍ରମୁଖ ସଂସ୍ଥା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଉଛି। ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ବିଭାଗର କେତେକ ଅମଲାତନ୍ତ୍ର ଓ ପ୍ରଭାବଶାଳୀ ରାଜନେତାଙ୍କ ସୁପାରିଶରେ ସ୍ଥାନୀୟ ନିଯୁକ୍ତି ସୀମିତ ରହିଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ନେଇ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୨୬ା୩(ଦିଲ୍ଲୀପ ସାମଲ): ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର...

ଏପ୍ରିଲ ୨ରୁ ଖଡ଼ିଛୁଆଁ, ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କାର୍ଡ ବଣ୍ଟନ କଲେ ସରପଞ୍ଚ, ଶିକ୍ଷାଧିକାରୀ

କର୍ଲାମୁଣ୍ଡା,୨୬ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଖଡ଼ିଛୁଆଁ ପ୍ରବେଶ ଉତ୍ସ ନିମନ୍ତ୍ରଣ କାର୍ଡ ବଣ୍ଟନ...

ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ…

ଭୁବନେଶ୍ୱର,୨୬।୩: ନିଲମ୍ବନକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ହାଇଡ୍ରାମା । କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହେବା ପରେ କଂଗ୍ରେସ ସହ ପ୍ରତିବାଦକୁ ଓହ୍ଲାଇଛି...

ଏନ୍‌ସିସି କ୍ୟାଡେଟ୍‌ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୫ ଜଣ ଏନ୍‌ସିସି କ୍ୟାଡେଟ୍‌ ଦିଲ୍ଲୀରେ ୨୦୨୩ରୁ ୨୦୨୫ ମଧ୍ୟରେ ଅନୁଷ୍ଠିତ...

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ, ଅଭିଯୋଗକାରୀଙ୍କୁ ମାଗିଥିଲେ…

ସୁନ୍ଦରଗଡ଼/କୁତ୍ରା,୨୬ା୩(ଜୟନାରାରଣ ମେଣ୍ଡୁଳି/ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ବୁଧବାର ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ...

ସ୍କୁଟିରେ ଯାଉଥିଲେ ଦମ୍ପତି, ଚାପିଦେଲା ଅଟୋ

ପୋଲସରା,୨୬ା୩: ଗଞ୍ଜାମ ଜିଲା ପୋଲସରାରେ ଏକ ଅଟୋ ଧକ୍କାରେ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ବୁଧବାର କବିସୂର୍ଯ୍ୟନଗର ଥାନା ବୁଢ଼ାଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ...

ସାଂଘାତିକ ଅଭିଯୋଗ ଆଣିଲେ ତାରା, କହିଲେ ଥାନାରେ FIR ଦେବି

ଭୁବନେଶ୍ୱର,୨୬।୩: ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ସେ ଥାନାରେ FIR ଦେବାକୁ ବାହାରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘କଲର ଧରି...

ସିପିଙ୍କ କଲର୍‌ ଟାଣି ଆଣିଲେ କଂଗ୍ରେସ କର୍ମୀ, ରାଜଧାନୀରେ ହଇଚଇ

ଭୁବନେଶ୍ୱର,୨୬।୩: ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image