Categories: ଜାତୀୟ

ମୋଦିଙ୍କୁ କହ୍ନେୟାଙ୍କ କଟାକ୍ଷ: ‘ଆମ ସାହେବ୍‌ ଷ୍ଟଣ୍ଟମ୍ୟାନ୍‌, ହେଲେ ଷ୍ଟେଟ୍ସମ୍ୟାନ୍‌ ନୁହଁନ୍ତି’

ନୂଆଦିଲ୍ଲୀ,୧୯।୭: ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଆମର ସାହେବ ଷ୍ଟଣ୍ଟମ୍ୟାନ୍‌, ହେଲେ ଷ୍ଟେଟ୍ସମ୍ୟାନ୍‌ ନୁହନ୍ତି। ସେଥିପାଇଁ ଗଣମାଧ୍ୟମର ଟିଆର୍‌ପି ଅଧିକ ଏବଂ ଦେଶର ଜିଡିପି କମ୍‌ ରହିଛି ବୋଲି କହ୍ନେୟା ଏକ ଟୁଇଟ୍‌ କରି କହିଛନ୍ତି। ଦେଶର ଜିଡିପି ୯.୫% ପର୍ଯ୍ୟନ୍ତ କମ୍‌ ହେବା ନେଇ ଆଇସିଆର୍‌ଏର ପୂର୍ବାନୁମାନ ପରେ କହ୍ନେୟା ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଟାର୍ଗେଟ କରିଛନ୍ତି। ଏହାପରେ ଲୋକମାନେ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେଉଁଠି କହ୍ନେୟା ମୋଦିଙ୍କୁ କଟୁ ମନ୍ତବ୍ୟ ଦେଇଛନ୍ତି। ସେ ଲଗାତାର ଭାବେ ପ୍ରଧାନମନ୍ତ୍ରୀଙ୍କ ନାମ ନନେଇ ଟୁଇଟ୍‌ କରି ଆସୁଛନ୍ତି।

Share