Categories: ରାଜ୍ୟ

୬ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କଲା ସିପିଆଇ(ଏମ୍‌)

ଭୁବନେଶ୍ୱର,୫।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ପାଇଁ ୬ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି ସିପିଆଇ(ଏମ୍‌)। ସେମାନେ ହେଲେ ୱାର୍ଡ ନଂ. ୫ ପାଇଁ ବିମଳୀ ନାୟକ, ୱାର୍ଡ ନଂ. ୧୬ ପାଇଁ ଗଙ୍ଗାଧର ନାୟକ, ୱାର୍ଡ ନଂ. ୨୦ ପାଇଁ ନିରୂପମା ନାୟକ, ୱାର୍ଡ ନଂ. ୩୫ ପାଇଁ ଦେବଦାସୀ ଦାସ, ୱାର୍ଡ ନଂ. ୬୫ ପାଇଁ ବସନ୍ତ ସାହୁ ଓ ୬୬ ନଂ. ୱାର୍ଡ ପାଇଁ ବାସନ୍ତୀ ସାହୁ। ରବିବାର ଏମାନେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ବୋଲି ସିପିଆଇ(ଏମ୍‌) ପକ୍ଷରୁ ରାଜ୍ୟ ସମ୍ପଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Share