ଧର୍ମଘଟକୁ ସମର୍ଥନ ଦେଲା ସିପିଆଇଏମ୍‌

ଲହୁଣୀପଡ଼ା,୨୭।୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଛକସ୍ଥିତ ସିପିଆଇଏମ୍‌ କାର୍ଯ୍ୟାଳୟଠାରେ ରବିବାର ଲହୁଣୀପଡ଼ା ଆଞ୍ଚଳିକ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଞ୍ଚଳିକ କମିଟି ସମ୍ପାଦକ ଲାଲ ବାହାଦୂର ମାହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ ସିପିଆଇଏମ୍‌ ଜିଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଯୋଗଦେଇଥିଲେ। ସର୍ବଭାରତୀୟ ଟ୍ରେଡ଼ ୟୁନିୟନର ଆହ୍ବାନ କ୍ରମେ ଆଗାମୀ ୨୮-୨୯ ଦୁଇଦିନ ବ୍ୟାପି ହେବାକୁ ଥିବା ଦେଶ ବ୍ୟାପି ସାଧାରଣ ଧର୍ମଘଟ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବୈଠକର ନିଷ୍ପତ୍ତି କ୍ରମେ ଲହୁଣୀପଡ଼ା ବ୍ଲକ ଛକ, ଖୁଣ୍ଟଗାଁ ଓ ବରସୁଆଁଠାରେ ରାସ୍ତା ଅବରୋଧ କରାଯିବ। ବିଭିନ୍ନ ପ୍ରକାର ଦାବିକୁ ପୂରଣ କରିବା ଲାଗି ସର୍ବସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ନିଜ ଅଞ୍ଚଳର କର୍ମୀ ଓ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ। ଏହା ସୋମବାର ସକାଳ ୬ଟରୁ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ। ବୈଠକରେ ଡିଲେଶ୍ୱର ବେହେରା, ଦୁର୍ଯ୍ୟୋଧନ ମାହାନ୍ତ, ବାବୁରାମ ମାହାନ୍ତ, ପ୍ରଦୀପ ବେହେରା, ବିନୋଦ ମାହାନ୍ତ, ଚଳତ ପଣ୍ଡା,ଗୋବର୍ଦ୍ଧନ କିଷାନ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ କର୍ମୀ ଓ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ପତାକାକୁ ଧରି ସଂକଳ୍ପ ନେଇଥିଲେ ବୋଲି ଜଣା ପଡ଼ିଛି।