କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ ଏକ ଶୋଭାଯାତ୍ରାରେ ବାହାରି ତିହିଡ଼ି ପୁରୁଣାହାଟରେ ପହଞ୍ଚିଥିଲେ। ପରେ ସେଠାରେ ଆଇନଜୀବୀ ବିଷ୍ଣୁ ଦାଶଙ୍କ ପୌରୋହିତ୍ୟରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ଶିଶିର ହୁଇ, ନାରାୟଣ ଦାଶ, ପ୍ରଫୁଲ୍ଲ କୁମାର ପାଢ଼ୀ, ମଳୟ ଭୋଇ, ନିର୍ମଳ ଦଳେଇ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ବର୍ଷିଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସାଙ୍ଗକୁ ତୈଳ ଓ ଗ୍ୟାସ ଦର ବୃଦ୍ଧି ଲୋକଙ୍କ ଆର୍ଥିକ ଅବସ୍ଥାକୁ ଦୁର୍ବଳ କରିଥିବା ସେମାନେ ମତବ୍ୟକ୍ତ କରିଥିଲେ।

Share