ଛତ୍ରପୁର, ୧୫।୭(ଡି.ଏନ୍.ଏ.): ପେଟ୍ରୋଲ, ଡିଜେଲ, ତୈଳ, ରନ୍ଧନ ଗ୍ୟାସ ଦର ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ଯୋଗୁ ଉକ୍ତ ଅଞ୍ଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ବନ୍ଦ ରହିଛି।