ସିପିଆଇର ପଦଯାତ୍ରା

ବଡବିଲ,୩୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲରେ ବୁଧବାର ସିପିଆଇ କେନ୍ଦୁଝର ଜିଲା ପରିଷଦ ପକ୍ଷରୁ ପଦଯାତ୍ରା ବାହାରିଥିଲା। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବଡବିଲସ୍ଥିତ ସିପିଆଇର ଶ୍ରମିକ ଭବନରୁ ସିପିଆଇ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକ ସଭା କାର୍ଯ୍ୟ ହୋଇଥିଲା। ପଦଯାତ୍ରା ଓ ସଭାରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର ବିରୋଧ କରାଯାଇଥିଲା।

ଏପରିକି ବଡବିଲ-ବାଂଶପାଣି ରେଳ ସଂଯୋଗୀକରଣ, ବଡବିଲରେ ଓଭରର ବ୍ରିଜ୍‌ ନିର୍ମାଣ, ଖଣି ଓ ଶିଳ୍ପରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ, ବାଇପାସ୍‌ ରୋଡ ନିର୍ମାଣ, ବର୍ଷା ପୂର୍ବରୁ ସହରର ନାଳ, ନର୍ଦ୍ଦମାର ସଫେଇ, ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ସ୍ବସ୍ଥ୍ୟକେନ୍ଦ୍ରରେ ଅଧିକ ଡାକ୍ତର ଓ ଷ୍ଟାଫ୍‌ ନିଯୁକ୍ତି ଏବଂ ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କାକୁ ବୃଦ୍ଧି ଦାବୀ ସମ୍ପର୍କରେ ନେତାମାନେ ଆଲୋଚନା କରିଥିଲେ। ସିପିଆଇ କେନ୍ଦୁଝର ଜିଲା ପରିଷଦ ସହସମ୍ପାଦକ କପିଳ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ଓ ସଭାରେ କାହ୍ନୁ ଚରଣ ସାମଲ, ଶ୍ରୀହରି ଘଣା, ବାଗ୍ରା ଚାତାର, ମ. ବଦୃଜାମା, ହୃଦାନନ୍ଦ ପ୍ରଧାନ, ରଞ୍ଜିତ କୁମାର ଗିରି, କ୍ଷୀରୋଦ ମହାନ୍ତି, ବଲ୍ଲଭ ରାଉତ ଓ ରିତୁ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।

Share