Posted inଖେଳ

କାରିବିୟନ ପ୍ରିମିୟର ଲିଗ୍‌ ଆରମ୍ଭ: ଟ୍ରିନବାଗୋ, ବାର୍ବାଡୋସ ବିଜୟୀ

ଟାରୌବା, ୨୦।୮- କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ) ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ଟ୍ରିନବାଗୋ ନାଇଟ ରାଇଡର୍ସ ଓ ବାର୍ବାଡୋସ ଟ୍ରାଇଡେଣ୍ଟ୍ସ ବିଜୟ ହାସଲ କରିଛନ୍ତି। ୩୦ଟି ଲିଗ୍‌ ମ୍ୟାଚ ପରେ ଦୁଇ ସେମିଫାଇନାଲ ସେପ୍ଟେମ୍ବର ୮ ଓ ୯ ଏବଂ ଫାଇନାଲ ୧୦ ତାରିଖରେ ଅନୁଷ୍ଠିତ ହେବ।
ନାରିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ
ପ୍ରଥମ ମ୍ୟାଚରେ ଟ୍ରିନବାଗୋ ୪ ଉଇକେଟରେ ଗୁୟାନା ଆମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ବର୍ଷା ଯୋଗୁ ମ୍ୟାଚ ୧୭ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓ୍ବାରିୟର୍ସ ୧୭ ଓଭରରେ ୫ ଉଇକେଟ ହରାଇ ୧୪୪ ରନ କରିଥିଲା। ଦଳ ପକ୍ଷରୁ ସିମରନ ହେଟମେର ସର୍ବାଧିକ ୬୩(୪୪ ବଲ, ୨ ଚୌକା, ୨ ଛକା), ରସ୍‌ ଟେଲର ୩୩(୨୧ ବଲ, ୨ ଚୌକା, ୨ ଛକା) ଓ ନିକୋଲାସ ପୁରନ ୧୮ ରନ କରିଥିଲେ। ପ୍ରତିପକ୍ଷ ଦଳର ସୁନୀଲ ନାରିନ ୨ଟି ଏବଂ ଅଲୀ ଖାନ୍‌, ଜାଡେନ ସିଲେସ ଓ ଡ୍ବେନ ବ୍ରାଭୋ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଟ୍ରିନବାଗୋ ୧୬.୪ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଇନିଂସ ଓପନ କରିଥିବା ନାରିନ ୨୮ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୫୦ ଏବଂ ଡାରେନ ବ୍ରାଭୋ ୩୦(୨୭ ବଲ, ୨ ଛକା) ରନ କରିଥିଲେ। ପରାଜିତ ଦଳ ପକ୍ଷରୁ ଇମ୍ରାନ ତାହିର ଓ ନଭୀନ-ଉଲ-ହକ୍‌ ୨ଟି ଲେଖାଏ ଏବଂ ରୋମାରିଓ ସେଫର୍ଡ ଓ କେମୋ ପଲ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନାରିନ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସାଣ୍ଟନରଙ୍କ ପ୍ରଭାବୀ ବୋଲିଂ
ଦ୍ୱିତୀୟ ମ୍ୟାଚଟି ୨୦ ଓଭର ବିଶିଷ୍ଟ ହୋଇଥିଲା। ଏଥିରେ ବାର୍ବାଡୋସ ଟ୍ରାଇଡେଣ୍ଟ୍ସ ୬ ରନରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ ପାଟ୍ରିଅଟ୍ସକୁ ହରାଇ ଦେଇଥିଲା। ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସେଣ୍ଟ କିଟ୍ସ। ବାର୍ବାଡୋସ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ କରିଥିଲା। ମାତ୍ର ୮ ରନରେ ୩ଟି ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଅଧିନାୟକ ଜାସନ ହୋଲ୍ଡର ସର୍ବାଧିକ ୩୮(୨୨ ବଲ, ୨ ଚୌକ, ୩ ଛକା), କାଏଲ ମେୟର୍ସ ୩୭(୨୦ ବଲ, ୨ ଚୌକା, ୩ ଛକା), ରଶିଦ ଖାଁ ୨୬(୨୦ ବଲ, ୨ ଚୌକା, ୧ ଛକା) ଓ ମିଚେଲ ସାଣ୍ଟନର ୨୦(୧୮ ବଲ, ୨ ଚୌକା) ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ବିପକ୍ଷ ଦଳର ସୋହେଲ ତନଭୀର, ରାୟାଡ ଏମ୍ରିଟ ଓ ଶେଲଡନ କଟ୍ରେଲ ୨ଟି ଲେଖାଏ ଏବଂ ଆଲଜାରି ଜୋଶେଫ ଓ ଇଶ୍‌ ସୋଧି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସେଣ୍ଟ କିଟ୍ସ ପୂରା ୨୦ ଓଭର ଖେଳିଥିଲେ ହେଁ ୫ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଜୋଶୁଆ ଡା ସିଲ୍‌ଭା ସର୍ବାଧିକ ୪୧(୪୧ ବଲ, ୩ ଚୌକା) ରନ କରି ଅପରାଜିତ ରହିଥିଲେ ହେଁ ଦଳକୁ ବିଜୟୀ କରିପାରି ନ ଥିଲେ। ବେନ୍‌ ଡୁଙ୍କ୍‌ ୩୪(୨୧ ବଲ, ୩ ଚୌକା, ୧ ଛକା) ରନ କରିଥିଲେ। ସାଣ୍ଟନର ଚମତ୍କାର ପ୍ରଦର୍ଶନ କରି ନିଜ ୪ ଓଭର ସ୍ପେଲରେ ଗୋଟିଏ ମେଡେନ ନେଇ ୧୮ ରନ ବିନିମୟରେ ୨ଟି ଉଇକେଟ ନେଇଥିଲେ। ତେଣୁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ରଶିଦ ଖାଁ ୨୭ ରନ ଦେଇ ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

PSL: ପଡ଼ିଆ ମଝିରେ ଓ୍ବିକେଟ କିପରଙ୍କୁ ମୁଥ ମାରିଲେ ବୋଲର, ଲହୁଲୁହାଣ ହେଲା…

ଇସଲାମାବାଦ,୨୩।୪: ପାକିସ୍ତାନ ସୁପର ଲିଗ ବା PSL ଆରମ୍ଭ ହେବା ଦିନଠାରୁ, କିଛି ବିବାଦ ଏବଂ ଘଟଣା ଘଟିଛି ଯାହା କ୍ରିକେଟକୁ ବାରମ୍ବାର ହସର ଖୋରାକ...

ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌: ଭାରତକୁ ତୃତୀୟ ସ୍ଥାନ

ଲିମା (ପେରୁ), ୨୨ା୪: ପୃଥ୍ବୀରାଜ ଟୋଣ୍ଡାଇମାନ ଓ ପ୍ରଗତି ଦୁବେ ଟ୍ରାପ୍‌ ମିକ୍ସଡ ଟିମ୍‌ ଇଭେଣ୍ଟର ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହେବାରୁ ଭାରତୀୟ...

୫ ମହିଳା ଚେସ୍‌ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ

ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍‌) ଭାନ୍ତିକା ଅଗ୍ରଓ୍ବାଲଙ୍କ...

ଦିଲ୍ଲୀର ଷଷ୍ଠ ବିଜୟ

ଲକ୍ଷ୍ନୌ,୨୨ା୪: ମୁକେଶ କୁମାର ଘାତକ ବୋଲିଂ ବଳରେ ଦିଲ୍ଲୀ ପ୍ୟାପିଟାଲ୍ସ (ଡିସି) ୮ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏସ୍‌ଏଲ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ...

୧୦ ଆଥଲେଟ୍‌ଙ୍କୁ ସହାୟତାର ହାତ ବଢାଇଲେ ଶିବମ

ଚେନ୍ନାଇ,୨୨ା୪: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶିବମ ଦୁବେ ମଙ୍ଗଳବାର ତାମିଲନାଡୁର ୧୦ ଉଦୀୟମାନ ଆଥଲେଟ୍‌ଙ୍କୁ ୭୦ ହଜାର ଲେଖାଏ ସହାୟତା...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image