Categories: ଖେଳ

ସିପିଏଲ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୫ମ ସଂସ୍କରଣ ଚଳିତ ମାସ ୫ରୁ ଆରମ୍ଭ ହେବ। କର୍ପୋରେଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ୮ଟି ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଦଳ ଗୁଡ଼ିକ ହେଲେ ରୟାଲ ରେଞ୍ଜର୍ସ, ସ୍ମାସର୍ସ, ରୟାଲ କ୍ରିକେଟିଂ ଡେୟାରଡେଭିଲ୍ସ, ସର୍ଜିକାଲ ଷ୍ଟ୍ରାଇକର୍ସ, ସ୍ପାର୍ଟନ୍ସ ଏକାଦଶ, ଭିଣ୍ଟେଜ ଟାଇରାଣ୍ଟ୍ସ, ମୋମେଣ୍ଟମ ଓ ସେଫ୍‌ ରିସ୍କ ଓ୍ବାରିୟର୍ସ। ଚାମ୍ପିୟନ ଦଳକୁ ଟ୍ରଫି ସହ ୧.୧୫ ଲକ୍ଷ ଏବଂ ରନରଅପ୍‌ ଦଳକୁ ୮୫ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ବୋଲି ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସିପିଏଲ୍‌ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଏହି ଅବସରରେ ୮ ଦଳର ମାଲିକ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଜର୍ସି ଉନ୍ମୋଚନ କରାଯାଇଥିଲା।

Share