Posted inଜାତୀୟ

ପାଲେଷ୍ଟାନୀୟଙ୍କୁ ସମର୍ଥନ କଲା ସିପିଏମ

ଥିରୁଭାନନ୍ତପୁରମ,୧୪।୧୦: କେରଳରେ କ୍ଷମତାସୀନ ସିପିଏମ ସରକାର ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରିଛି। ଯୁଦ୍ଧ ବନ୍ଦ ହେବା ଏବଂ ଦ୍ୱନ୍ଦ୍ୱରେ ପଡ଼ିଥିବା ପଶ୍ଚିମ ଏସୀୟ ଅଞ୍ଚଳରେ ଶାନ୍ତି ଫେରିବା ପାଇଁ ମିଳିତ ଜାତିସଂଘର ଦୁଇ ଦେଶ ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ସିପିଏମ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀ କରି ସିପିଏମ ରାଜ୍ୟ ସଚିବ ଏମ.ଭି ଗୋବିନ୍ଦନ କହିଛନ୍ତ, ପାଲେଷ୍ଟାଇନ ଅଞ୍ଚଳକୁ ଇହୁଦୀମାନେ ବେଆଇନ ଦଖଲ ଜାରି ରଖିଛନ୍ତି। ପାଲେଷ୍ଟାଇନରେ ବର୍ତ୍ତମାନ କେବଳ ୧୩ପ୍ରତିଶତ ଜମି ବାକି ଅଛି, ପୂର୍ବରୁ ଏହା ୬୦ ଏବଂ ୪୦ ପ୍ରତିଶତ ଅନୁପାତରେ ବିଭକ୍ତ ହୋଇଥିଲା।

ଯୁଦ୍ଧରେ ମହିଳା ଏବଂ ଶିଶୁମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ରକ୍ତପାତ ବନ୍ଦ ହେବା ଉଚିତ। ଗୋବିନ୍ଦନ ଆହୁରି କହିଛନ୍ତ, ଇସ୍ରାଏଲ ଗାଜାକୁ ବିଦ୍ୟୁତ ଏବଂ ଜଳ ଯୋଗାଣ ବନ୍ଦ କରିଦେଇଛି ଏବଂ ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ସେଠାରେ ଥିବା ଡାକ୍ତରଖାନାଗୁଡ଼ିକ ଶ୍ମଶାନରେ ପରିଣତ ହେବ। ପାଲେଷ୍ଟାନୀୟ ଜମି ପାଇବାକୁ ହକଦାର । ତେଣୁ ଭାରତ ସରକାର ସମେତ ବିଶ୍ୱର ବିଭିନ୍ନ ଦେଶର ସରକାର ଏହି ଦିଗରେ ପଦକ୍ଷେପ ନେଇ ଶାନ୍ତି ପ୍ରତିଷ୍ଠା କରିବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଝଟ୍‌କା, କାରଣ ଜାଣିଲେ…

ଅମରାବତୀ,୧୬।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲାଗିଛି ଶକ୍ତ ଝଟ୍‌କା। କାରଣ ତାଙ୍କ ଭାଇ ତଥା ଟିଡିପିର ପୂର୍ବତନ ବିଧାୟକ ନାରା ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି...

୩୭୦ ଧାରାକୁ ନେଇ କଂଗ୍ରେସର ୟୁଟର୍ନ, ରାଗିଗଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୬।୧୧: ଚଳିତ ନିର୍ବାଚନରେ ଜମ୍ମୁ କଶ୍ମୀରରେ ନାଶନାଲ କନଫରେନ୍ସ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି। ତେବେ ନିଜ ମନ ମୁତାବକ ପଦ...

ସରକାରକୁ ଆସିବାର ୪୮ ଘଣ୍ଟା ମଧ୍ୟରେ ଆମେ ନେବୁ ଏହି ନିଷ୍ପତ୍ତି: ନିର୍ବାଚନ ପୂର୍ବରୁ ରାଜ ଠାକ୍‌ରେଙ୍କ ବଡ଼ ଘୋଷଣା

ପୁଣେ,୧୬।୧୧: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ତାଙ୍କ ଦଳକୁ ଭୋଟ ଦେବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।...

୨୦୫୦ ସୁଦ୍ଧା ୨ ଗୁଣା ପ୍ଲାଷ୍ଟିକ୍‌ ବର୍ଜ୍ୟ

ନୂଆଦିଲ୍ଲୀ,୧୬ା୧୧(ପି.ଟି.):ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏହାର ସମାଧାନ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ନିମନ୍ତେ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।...

୧୭ ବର୍ଷ ପରେ ଏହି କାମ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬-୧୭ ନଭେମ୍ବରରେ ନାଇଜେରିଆ ଗସ୍ତ କରିବେ। ଏହା ସହିତ ତାଙ୍କର ତିନୋଟି ଦେଶ ଗସ୍ତ ଆରମ୍ଭ ହେବ। ୧୬-୧୭ ନଭେମ୍ବରରେ...

ସମୁଦ୍ର ମନ୍ଥନରୁ ‘ବିଷ’

ନୂଆଦିଲ୍ଲୀ/ଅହମଦାବାଦ,୧୬ା୧୧: ଦେଶର ସୁନାମଧନ୍ୟ ନିଶାଦ୍ରବ୍ୟ ନିରୋଧୀ ଏଜେନ୍ସି ଏନ୍‌ସିବି ଶୁକ୍ରବାର ୭୦୦ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ କରିଛି। ମେଥ୍‌ ବା ମେଥାମ୍ଫେଟାମାଇନ୍‌ ହେଉଛି ମାନସିକ ସ୍ଥିତି,...

ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ: ଆଖିବୁଜିଲେ ୧୦ ନବଜାତ ଶିଶୁ

ଲକ୍ଷ୍ନୌ, ୧୬।୧୧: ଝାନ୍ସି,୧୬ା୧୧:ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜର ଶିଶୁ ଓ୍ବାର୍ଡରେ ଶୁକ୍ରବାର ରାତିରେ ନିଆଁଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ...

ସ୍ତ୍ରୀ’ଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା, ମହିଳାଙ୍କୁ ଛାଡ଼ପତ୍ର ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪ା୧୧: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri