୨ରୁ ସିପିଏସ୍‌ଇ ଲିଖିତ ପରୀକ୍ଷା

କଟକ ଅଫିସ, ୧୭।୬:ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସ୍‌ଇ)-୨୦୧୮ ବର୍ଷ ପାଇଁ କମ୍ପ୍ୟୁଟରଭିତ୍ତିକ ଲିଖିତ ପରୀକ୍ଷା ଅନ୍‌ଲାଇନ ମାଧ୍ୟମରେ କରାଯିବ। ଉକ୍ତ ପରୀକ୍ଷା ଆସନ୍ତା ଜୁଲାଇ ୨ରୁ ୯ ତାରିଖ ଏବଂ ୧୧ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହେବ। ଆବଶ୍ୟକ ପରୀକ୍ଷା ପ୍ରବେଶପତ୍ର ଓଡ଼ିଶା ପୋଲିସ ୱେବସାଇଟ https://op.onlineregistrationforms.com ମାଧ୍ୟମରେ ଜୁନ୍‌ ୧୮ତାରିଖଠାରୁ ଉପଲବ୍ଧ ହେବ। ପରୀକ୍ଷା ସମ୍ପର୍କିତ ସମସ୍ତ ବିବରଣୀ ମଧ୍ୟ ଉକ୍ତ ୱେବସାଇଟ୍‌ରୁ ଜାଣିହେବ। ପରୀକ୍ଷା ସଂକ୍ରାନ୍ତୀୟ ଅଧିକ ସୂଚନା ପ୍ରାର୍ଥୀମାନଙ୍କୁ ପଞ୍ଜୀକୃତ ମୋବାଇଲ ନମ୍ବର ଓ ଇମେଲ ଦ୍ୱାରା ଜଣାଇ ଦିଆଯିବ। ତେବେ ପ୍ରବେଶପତ୍ର ଡାଉନ୍‌ଲୋଡ କରିବାରେ କୌଣସି ସମସ୍ୟା ଉପୁଜିଲେ ପ୍ରାର୍ଥୀମାନେ ଉପରୋକ୍ତ ୱେବସାଇଟ୍‌ରେ ଥିବା ହେଲ୍‌ପଡେସ୍କ ନମ୍ବରରେ ଯୋଗାଯୋଗ କରିବାକୁ ଗୁରୁବାର ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍‌ ବିବୃତ୍ତିରେ ସୂଚନା ଦିଆଯାଇଛି।

Share