Categories: ଜାତୀୟ

ଏଏସ୍‌ଆଇ ସର୍ଭେକୁ ନେଇ ଗଣମାଧ୍ୟମ ଉପରେ କଟକଣା ଲଗାଯାଉ

ବାରାଣସୀ, ୧୦।୮: ଜ୍ଞାନବାପି ମସ୍‌ଜିଦକୁ ନେଇ ବିବାଦ ଅଧିକ ଜଟିଳ ହେବାରେ ଲାଗିଛି। ପ୍ରତ୍ନତତ୍ତ୍ୱ ବିଭାଗ ଗତ ୬ ଦିନ ହେଲା ଏହାର ଉପରେ ସର୍ଭେ ଜାରି ରଖିଛି। ପ୍ରତିଦିନ ଗଣମାଧ୍ୟମରେ ଏହି ସମ୍ପର୍କିତ ଖବର ପ୍ରସାରଣ ହୋଇ ଆସୁଛି। ଏହାକୁ ଅଧିକ ଜଟିଳ କରୁଛି ବୋଲି ମସ୍‌ଜିଦ ପରିଚାଳନା କମିଟି ଅଭିଯୋଗ କରିଛି। ତେଣୁ ଏହି ସର୍ଭେ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ପରିଚାଳନା କମିଟି କୋର୍ଟରେ ଆବେଦନ କରିଛି।

ଖ୍ରୀଷ୍ଟାବ୍ଦରେ ଏହି ମସ୍‌ଜିଦ ନିର୍ମାଣ କରାଯାଇଥିବା କୁହାଯାଇଥିବାବେଳେ ପୂର୍ବରୁ ଏଠାରେ ଏକ ହିନ୍ଦୁ ମନ୍ଦିର ଥିଲା ବୋଲି କିଛି ହିନ୍ଦୁ ସଂଗଠନ ଦାବି କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ତେଣୁ ଗତମାସରେ ସୁପ୍ରିମକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ)କୁ ବୈଜ୍ଞାନିକ ପ୍ରଣାଳୀରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଆଦେଶ ଆଧାରରେ ଚଳିତ ମାସ ୪ ତାରିଖରୁ ପ୍ରତ୍ନତତ୍ତ୍ୱ ବିଭାଗ ସର୍ଭେ ଆରମ୍ଭ କରିଥିଲା।
ଅଞ୍ଜୁମନ ଇଣ୍ଟେଜାମିଆ ମସ୍‌ଜିଦ କମିଟିର ଯୁଗ୍ମ ସମ୍ପାଦକ ସୟିଦ ମହମ୍ମଦ ୟାସିନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ନତତ୍ତ୍ୱ ବିଭାଗ ବର୍ତ୍ତମାନ ଜ୍ଞାନବାପି ମସ୍‌ଜିଦ ପରିସରରେ ସର୍ଭେ କରୁଛି।

ଏନେଇ ଏଏସ୍‌ଆଇ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ମନ୍ତବ୍ୟ ଦିଆଯାଇନାହିଁ। କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ବାରମ୍ବାର ପ୍ରସାରିତ ହୋଇଆସୁଛି। ଏହା ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି। ତେଣୁ ଏ ସମ୍ପର୍କିତ ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେ ସ୍ଥାନୀୟ କୋର୍ଟରେ ଆବେଦନ କରିଛୁ।

Share