Posted inଜାତୀୟ

ଅବିଶ୍ୱାସ ପ୍ରସ୍ତାବକୁ ନେଇ କଂଗ୍ରେସରେ ଫାଟ! ଦସ୍ତଖତ କରିନାହାନ୍ତି ସୋନିଆ-ଖାର୍ଗେ

ନୂଆଦିଲ୍ଲୀ,୧୧।୧୨: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ହଟାଇବା ପାଇଁ ଇଣ୍ଡିଆ ମେଣ୍ଟ ତାଙ୍କ ବିରୋଧରେ ପ୍ରସ୍ତାବ ଆଣିଛି। ତେବେ ସଂସଦ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା, ଯେତେବେଳେ ଉପରାଷ୍ଟ୍ରପତିଙ୍କ ବିରୋଧରେ ଏହି ପ୍ରସ୍ତାବ ଅଣାଯାଇଛି। ଏହି ପ୍ରସ୍ତାବ ପାରିତ କରିବାକୁ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ତଥାପି ସେ ଏହି ପ୍ରସ୍ତାବ ଉପରେ ବିରୋଧୀ ଜିଦ ଧରିଛନ୍ତି। କିନ୍ତୁ, ସବୁଠାରୁ ବଡ ପ୍ରଶ୍ନ ହେଉଛି ବିରୋଧୀ କାହିଁକି ଏପରି ଜିଦ କରୁଛନ୍ତି? ତେବେ ସବୁଠାରୁ ବଡ଼କଥା ହେଉଛି ସଂଖ୍ୟାବଳ ନ ଥିବାରୁ ମେଣ୍ଟର ବରିଷ୍ଠ ନେତାମାନେ ଏଥିରେ ଦସ୍ତଖତ କରିନାହାନ୍ତି। ସଂସଦ ଅଧିବେଶନରେ ଆଉ ମାତ୍ର ୧୦ ଦିନ ବାକି ଅଛି ତେବେ ଦଳର ବରିଷ୍ଠଙ୍କ ବିନା ସହଯୋଗରେ ବିରୋଧୀ ଏପରି କାହିଁକି କରୁଛନ୍ତି? ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ବିରୋଧୀଙ୍କ ଏହି ପଦକ୍ଷେପ ସାଙ୍କେତିକ। କିନ୍ତୁ, ସାଙ୍କେତିକ ବିରୋଧ ପାଇଁ ଏହା କରିବା କେତେ ଉପଯୁକ୍ତ?

୨୦୨୦ରେ ବିରୋଧୀ ଦଳ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳେ ଚେୟାରମ୍ୟାନ ଏମ ଭେଙ୍କୟା ନାଇଡୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନାଇଡୁ କହିଥିଲେ ଯେ ଏହି ପ୍ରସ୍ତାବ ସଠିକ ଫର୍ମାଟରେ ନାହିଁ ଏବଂ ଏଥିପାଇଁ ୧୪ ଦିନର ବିଜ୍ଞପ୍ତି ମଧ୍ୟ ଦିଆଯାଇ ନାହିଁ। ଉପରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ସମ୍ବିଧାନର ଧାରା ୬୭(ବି) ଅନୁଯାୟୀ ରାଜ୍ୟ ସଭା ଓ ଲୋକ ସଭାରେ ବହୁମତ ସାବ୍ୟସ୍ତ ହେବା ଆବଶ୍ୟକ। ଏଥିପାଇଁ ଅତି କମରେ ୧୪ ଦିନ ପୂର୍ବରୁ ଏହି ପ୍ରସ୍ତାବ ବିଷୟରେ ନୋଟିସ ଦେବା ଆବଶ୍ୟକ।
ବର୍ତ୍ତମାନ ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଇଣ୍ଡିଆ ଆଲାଇନ୍ସର ନେତାମାନେ ଅଭିଯୋଗ କରିଛନ୍ତି ଯେ ଧନକର, ସରକାର ସପକ୍ଷରେ କାମ କରୁଛନ୍ତି ଏବଂ ବିରୋଧୀଙ୍କ ମତକୁ ଅଣଦେଖା କରୁଛନ୍ତି। ସେ ସର୍ବଦା ରାଜ୍ୟ ସଭା ପ୍ରକ୍ରିୟାରେ ଏକ ପକ୍ଷପାତିତା ମନୋଭାବ ପୋଷଣ କରି ବିରୋଧୀ ଦଳର ନେତାଙ୍କ ସ୍ବରକୁ ଚାପି ଦେଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ପ୍ରସ୍ତାବରେ ବିରୋଧୀ ଦଳର ବରିଷ୍ଠ ନେତାଙ୍କ ଦସ୍ତଖତ ନାହିଁ। ସେମାପେ ଅନ୍ୟ କେଉଁ ଦଳ ନୁହନ୍ତି କଂଗ୍ରେସ ଦଳର ନେତା ସୋନିଆ ଗାନ୍ଧୀ ଓ ମଲ୍ଲିକାଜ୍ଜୁର୍ନ ଖାର୍ଗେ। କଂଗ୍ରେସ ଏହି ପ୍ରସ୍ତାବ ଆଣିବାର ନେତୃତ୍ୱ ନେଇଥିବାବେଳେ ସେହିଦଳର ଦୁଇ ବରିଷ୍ଠ ନେତା ଏତିରେ ଦସ୍ତଖତ ନ କରିବା ସମସ୍ତଙ୍କୁ ତାଜୁବ କରିଛି।

ଇଣ୍ଡିଆ ମେଣ୍ଟରେ କେବଳ ୮୫ ସଦସ୍ୟ ଥିବାବେଳେ ଏହି ପ୍ରସ୍ତାବ ପାରିତ କରିବାକୁ ୧୧୬ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ତେବେ ବିରୋଧୀ ଦଳର ନେତାମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ସେମାନଙ୍କ ପାଇଁ ବ୍ୟକ୍ତିଗତ ନୁହେଁ, କିନ୍ତୁ ରାଜ୍ୟ ସଭାରେ ସେମାନଙ୍କ ସ୍ବର ଚାପିବକୁ ଚେଷ୍ଟା କରାଯାଉଥିବାରୁ ସରକାରଙ୍କ ବିରୋଧରେ ମତ ପ୍ରକାଶ କରିବା ସେମାନଙ୍କର ଅଧିକାର। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ଏହା ଏକ ଆବଶ୍ୟକୀୟ ପଦକ୍ଷେପ ବୋଲି ବିବେଚନା କରନ୍ତି, ଯାହା ସଂସଦର ପ୍ରକ୍ରିୟାରେ ନ୍ୟାୟ ଏବଂ ସମାନତାର ଆବଶ୍ୟକତାକୁ ସୂଚିତ କରେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image