Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ଦରମା ନ ନେଇ ସ୍ପେନରେ ବିଳାସପୂର୍ଣ୍ଣ ହୋଟେଲରେ କିପରି ରହିଲେ ମମତା, କଂଗ୍ରେସର ପ୍ରଶ୍ନ…

କୋଲକାତା,୨୫।୯ : ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଅଧୀର  ରଞ୍ଜନ ଚୌଧୁରୀ ମମତା ବାନାର୍ଜୀଙ୍କ ସ୍ପେନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଡେଙ୍ଗୁ ରୋଗ ବଢୁଥିବା ସମୟରେ ସିଏମ ମମତା  କିପରି ବିଦେଶ ଗଲେ? ସେ ଲୋକଙ୍କ ଦୁଃଖ ଯନ୍ତ୍ରଣା ବୁଝୁନାହାଁନ୍ତି। ସ୍ପେନର ଏକ ବିଳାସପୂର୍ଣ୍ଣ ହୋଟେଲରେ ମମତାଙ୍କ ରହଣି ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ମୁର୍ସିଦାବାଦରେ ଖବରଦାତାଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଅଗଷ୍ଟ-ସେପ୍ଟେମ୍ବରରେ ଡେଙ୍ଗୁ ସଂକ୍ରମଣବୃଦ୍ଧି ପାଇବ ବୋଲି ଆମେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇସାରିଛୁ। ଏହି ସରକାର ସାଧାରଣ ଜନତାଙ୍କ ପ୍ରତି ହେୟ ମନୋଭାବ ପ୍ରଦର୍ଶନ କରୁଛନ୍ତି। ଆମେ ଶୁଣିଛୁ ସିଏମ ଦରମା ନେଉନାହାଁନ୍ତି ଏବଂ ସେ ତାଙ୍କ ବହି, ଚିତ୍ର ବିକ୍ରୟ କରି ତାଙ୍କ ଖର୍ଚ୍ଚ ପୂରଣ କରୁଛନ୍ତି। ଏଭଳି ସ୍ଥିତିରେ ସେ ମାଦ୍ରିଦର ଏକ ବିଳାସପୂର୍ଣ୍ଣ ହୋଟେଲରେ କିପରି ରହିଛନ୍ତି। ଯାହାର ଭଡା ଦିନକୁ ୩ ଲକ୍ଷ ଟଙ୍କା।

ଏହି ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? କେଉଁ ଶିଳ୍ପପତି ଏଠାରେ ବିନିଯୋଗ କରୁଛନ୍ତି? ଲୋକଙ୍କୁ ବୋକା ବନାଇବା ବନ୍ଦ କରନ୍ତୁ। ବିଶ୍ୱ ବଙ୍ଗଳା ଶିଳ୍ପପତି ସମ୍ମିଳନୀ ଆୟୋଜନ ପାଇଁ ସରକାର ଖର୍ଚ୍ଚ କରିଥିବା ଅର୍ଥର ୧୦ ପ୍ରତିଶତ ଯଦି ଫେରସ୍ତ କରାଯାଏ, ତେବେ ଏହା ରାଜ୍ୟ ଲକ୍ଷ ଲକ୍ଷ ବେକାର ଲୋକଙ୍କୁ ରୋଜଗାର ଯୋଗାଇବ। ଆମେ ଜାଣିବାକୁ ଚାହୁଁ କେଉଁ ସ୍ପେନ କମ୍ପାନୀ ବଙ୍ଗଳାରେ ବିନିଯୋଗ କରୁଛି?

ୟୁନେସ୍କୋ ଐତିହ୍ୟ ସ୍ଥଳରେ ଶାନ୍ତି ନିକେତନ ସ୍ଥାନ ପାଇବା ଉପରେ କଂଗ୍ରେସ ଏମପି କହିଛନ୍ତି ଶାନ୍ତି ନିକେତନକୁ କୌଣସି ପ୍ରମାଣ ଦରକାର ନାହିଁ, ଏହାର ନିଜର ପରିଚୟ ଅଛି।

Share