ନଓ୍ବାଜ ସରିଫ ପରିବାରରେ ଫାଟ, ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମରିୟମ…

ଇସଲାମାବାଦ,୧୧।୨ : ପାକିସ୍ତାନରେ ବଢୁଥିବା ରାଜନୈତିକ ବିବାଦ ବର୍ତ୍ତମାନ ନୱାଜ ସରିଫ ପରିବାର ମଧ୍ୟରେ ପହଞ୍ଚିଛି। ପରିସ୍ଥିତି ଏତେ ପରିମାଣରେ ପହଞ୍ଚିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ତାଙ୍କ ସ୍ବାମୀଙ୍କ ସହ ସର୍ବସାଧାରଣରେ ମୁହାଁମୁହିଁ ହୋଇଛନ୍ତି। ସେ ତାଙ୍କ ସ୍ବାମୀ ଅବସରପ୍ରାପ୍ତ କ୍ୟାପଟେନ ମହମ୍ମଦ ସଫଦରଙ୍କ ବିରୋଧରେ ପାର୍ଟି ବିରୋଧୀ ବିବୃତ୍ତି ଦେଇଥିବା ଅଭିଯୋଗ ଆଣିଛନ୍ତି। ପର୍ଯ୍ୟବେକ୍ଷକଙ୍କ କହିବାନୁସାରେ, ଶାସକ ଦଳ ସହିତ ଜଡ଼ିତ ଦଳଗୁଡ଼ିକ ମଧ୍ୟରେ ଅର୍ଥବ୍ୟବସ୍ଥାକୁ ପରିଚାଳନା କରିବାରେ ବିଫଳତା ଏବଂ ରାଜନୈତିକ ଚ୍ୟାଲେଞ୍ଜଗୁଡିକ ସ୍ପଷ୍ଟ ଭାବେ ଅନୁମାନ କରାଯାଉଛି ।

ଏକ ଘରୋଇ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ କ୍ୟାପଟେନ ସଫଦର ଶାସକ ମିଳିତ ମଞ୍ଚର ମୁଖ୍ୟ ଦଳ ପାକିସ୍ତାନ ମୁସଲିମ ଲିଗ (ନୱାଜ) ର ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପାର୍ଟିର ’ଭୋଟ କୋ ଇଜ୍ଜତ ଦୋ ନ୍ୟାରେଟିଭ’ ପୂର୍ବରୁ ବହୁତ ଶକ୍ତିଶାଳୀ ଥିଲା। କିନ୍ତୁ ଯେଉଁ ଦିନ ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସପକ୍ଷରେ ମତ ଦେଇଥିଳା ସେହିଦିନ ଦଳ ନିଜର ଅସମ୍ମାନ କରିଥିଲା। ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇଥିଲା। ଏହାକ ଯାହାର ପିଏମ୍‌ଏଲ- ନୱାଜ ସମର୍ଥନ କରିଥିଲା।

Share