Categories: ଜାତୀୟ

ନୀତୀଶଙ୍କ ଜେଡିୟୁରେ ଫାଟ,ଲଲନଙ୍କୁ ହଟାଇବା ସ୍କ୍ରିପ୍ଟ ଦୁଇ ମାସ ପୂର୍ବରୁ ଲେଖାଯାଇଥିଲା: ଜୀତନ ରାମ…

ପାଟନା,୩୦।୧୨ : ଜେଡିୟୁ ସଭାପତି ପଦରୁ ଲଲଙ୍‌ନ ସିଂଙ୍କୁ ହଟାଇବା ପରେ ଏବେ ବିହାରରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଶାସକ ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ଦାବି କରିଛନ୍ତି ବାସ୍ତବତା ହେଉଛି ଜେଡିୟୁରେ ଫାଟ ହୋଇ ଦୁଇଟି ଗୋଷ୍ଠୀ ଗଠନ ହୋଇଛି। ଲଲନ ସିଂଙ୍କୁ ସଭାପତି ପଦରୁ ହଟାଇବା ପାଇଁ ସ୍କ୍ରିପ୍ଟ ଦୁଇ ମାସ ପୂର୍ବରୁ ଲେଖାଯାଇଥିଲା। ଜେଡିଏର ଏକ ଦଳରେ ଲଲନ ସିଂ ଏବଂ ବିଜନ୍ଦ୍ର ଯାଦବ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଶୀଘ୍ର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଚାହୁଁଥିଲେ, କିନ୍ତୁ ନୀତୀଶ କୁମାର ଏଥିପାଇଁ ପ୍ରସ୍ତୁତ ନ ଥିଲେ।

କିଛି ବରିଷ୍ଠ ମନ୍ତ୍ରୀଙ୍କ ଆଉ ଏକ ଗୋଷ୍ଠୀ ଅଛି ଯାହା ଏନଡିଏ ସହିତ ସମନ୍ବୟ ରକ୍ଷା କରୁଛି । ସେ ଦାବି କରିଛନ୍ତି ମନ୍ତ୍ରୀ ବିଜୟ ଚୌଧୁରୀ, ସଞ୍ଜୟ ଝା ଏବଂ ମନ୍ତ୍ରୀ ଅଶୋକ ଚୌଧୁରୀ ଏନଡିଏ ନେତାଙ୍କୁ ଭେଟିଛନ୍ତି। ଲଲନ ଙ୍କ ପାଇଁ ଜେଡିୟୁରେ ରହିଲେ ମଧ୍ୟ ଅବସ୍ଥା ପୂର୍ବତନ ସଭାପତି ଆରସିପି ସିଂଙ୍କ ପରି ହେବ। ନୀତୀଶ ପୁଣିଥରେ ଏନଡିଏରେ ଯୋଗଦେବା ପ୍ରଶ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଂଝୀ କହିଛନ୍ତି ଯେ ରାଜନୀତିରେ କେହି ବନ୍ଧୁ ଓ ଶତ୍ରୁ ନାହାନ୍ତି।

ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଚାପ ପକାଉଥିଲା।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେକୌଣସି ସମୟରେ ୟୁ-ଟର୍ନ କରିପାରିବେ। ରାଜନୀତି ହେଉଛି ସମ୍ଭାବନାର ଖେଳ ଏବଂ କିଛି ହୋଇପାରେ। ଯଦି ଭାଜପାର ଲୋକମାନେ ନିଷ୍ପତ୍ତି ନିଅନ୍ତି ନୀତୀଶ କୁମାର ଆମ ସହିତ ଏନଡିଏରେ ରହିବେ ତେବେ ଆମେ ନୀତୀଶ କୁମାରଙ୍କୁ ବିରୋଧ କରିବୁ ନାହିଁ। କାରଣ ରାଜନୀତିରେ ସବୁକିଛି ସମ୍ଭବ।

Share