
ଓ୍ବାଶିଂଟନ,୨୦।୨: ଟେସଲା ଭାରତ ଆସିବାର ରିପୋର୍ଟ ଆସିଛି। ଯଦିଓ ସରକାର ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହିନାହାଁନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲୋନ ମସ୍କଙ୍କ ଏହି ପଦକ୍ଷେପରେ ଖୁସି ମନେ ହେଉନାହାଁନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟେସଲାର ସିଇଓ ଏଲୋନ ମସ୍କଙ୍କ ପାଇଁ ଭାରତରେ ତାଙ୍କ କାର ବିକ୍ରି କରିବା ଅସମ୍ଭବ। ସେ ଭାରତରେ କାରଖାନା ଖୋଲିବା ପାଇଁ ଏଲୋନ ମସ୍କଙ୍କ ଯୋଜନାକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ଏହା ଆମେରିକା ପାଇଁ ଭୁଲ ହେବ।
ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ, ଟ୍ରମ୍ପ ବିଶେଷ ଭାବରେ ଏକ୍ସପର୍ଟ ହୋଇଥିବା କାର ଉପରେ ଭାରତର ଉଚ୍ଚ ଶୁଳ୍କ ବିଷୟରେ ଉଲ୍ଲେଖ କରିଥିଲେ। ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ କଥା ହୋଇଥିଲେ। ଯଦିଓ ଦୁଇ ନେତା ଯଥାଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ପାଇଁ କାମ କରିବାକୁ ରାଜି ହୋଇଛନ୍ତି, ତଥାପି ଶୁଳ୍କ ନେଇ ସେମାନଙ୍କ ଗତିରୋଧ ଅମୀମାଂସିତ ରହିଛି।
ଏହି ସମୟରେ ଟ୍ରମ୍ପ କହିଥିଲେ, ବିଶ୍ୱର ପ୍ରତ୍ୟେକ ଦେଶ ଆମଠାରୁ ଫାଇଦା ଉଠାନ୍ତି ଏବଂ ସେମାନେ ଶୁଳ୍କ ମାଧ୍ୟମରେ ଏହା କରନ୍ତି। ଉଦାହରଣ ସ୍ବରୂପ, ଭାରତରେ କାର୍ ବିକ୍ରୟ କରିବା ବାସ୍ତବରେ ଅସମ୍ଭବ।
ଏହି ସାକ୍ଷାତକାରରେ ଟ୍ରମ୍ପ କହିଥିଲେ ଯେ ମସ୍କଙ୍କର ଭାରତରେ ଏକ କାରଖାନା ନିର୍ମାଣ କରିବାର ଅଧିକାର ଅଛି, କିନ୍ତୁ ସେ ଜୋର ଦେଇ କହିଥିଲେ ଯେ ଏପରି ପଦକ୍ଷେପ ଆମେରିକାକୁ କ୍ଷତି ପହଞ୍ଚାଇବ। ଟ୍ରମ୍ପ କହିଥିଲେ, ଏବେ ଯଦି ସେମାନେ ଭାରତରେ ଏକ କାରଖାନା ନିର୍ମାଣ କରନ୍ତି ତେବେ ଏହା ଠିକ ଅଛି, କିନ୍ତୁ ଏହା ଆମ ପାଇଁ ଭୁଲ। ଏହା ବଡ଼ ଭୁଲ।