୨ ପାଣିଟାଙ୍କିରେ ଫାଟ

ସୁକିନ୍ଦା,୨୬ା୯(ସତ୍ୟଜିତ ଦାଶ): ଘରେ ଘରେ ପାନୀୟଜଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସୁକିନ୍ଦା ବ୍ଲକରେ ମଧ୍ୟ ଜାରି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ସାଙ୍ଗକୁ ଦୁର୍ନୀତି ଅଭିଯୋଗ ହୋଇଆସୁଛି। ସଂସାଇଲୋ ପଞ୍ଚାୟତର ପାଟପୁର ଏବଂ ନୂଆସାହି ଗ୍ରାମରେ ନବନିର୍ମିତ ୨ ଉଚ୍ଚ ଜଳଧାରଣ କ୍ଷମତା ସମ୍ପନ୍ନ ପାଣିଟାଙ୍କିରେ ଫାଟ ହୋଇ ସେଥିରୁ ପାଣି ଝରୁଛି। ୨ ପାଣିଟାଙ୍କି ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନ ଥିବାବେଳେ ତାହା ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଇନାହିଁ। ଟାଙ୍କିଗୁଡ଼ିକରୁ ପାଣି ଏପରି ଝରୁଛି ଯେ ଲୋକେ ତାହା ଭୁଶୁଡ଼ି ପଡ଼ିବା ଆଶଙ୍କା କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ କାର୍ଯ୍ୟକୁ ନାଗାର୍ଜ୍ଜୁନ କନଷ୍ଟ୍ରକଶନ କମ୍ପାନୀକୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ଖଣି ପ୍ରଭାବିତ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠି ସହାୟତାରେ ଉକ୍ତ କାର୍ଯ୍ୟକୁ ୨ ଭାଗରେ କରାଯାଇଛି। ପ୍ରଥମାର୍ଦ୍ଧ କାର୍ଯ୍ୟର ମୂଲ୍ୟ ୫୪ କୋଟି ୮୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟାର୍ଦ୍ଧ କାର୍ଯ୍ୟ ନିମନ୍ତେ ୧୦୧ କୋଟି ୨୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା। ତେବେ ପ୍ରଥମ ଭାଗ କାର୍ଯ୍ୟରେ ଠିକାସଂସ୍ଥା ନିମ୍ନମାନର ଲୁହାଛଡ଼ ବ୍ୟବହାର କରିବା, କଂକ୍ରିଟ ଖୁଣ୍ଟଗୁଡ଼ିକୁ ବଙ୍କାତେଢ଼ା ଭାବେ ନିର୍ମାଣ କରିବା, ଅନୁମୋଦିତ ମାନକର ପାଇପ୍‌ ଉପଯୁକ୍ତ ଗଭୀରରେ ବିଛା ନ ଯିବା ଆଦି ଅଭିଯୋଗ ହୋଇଛି। ଏହାକୁ ନେଇ ୨୦୧୯ ଜୁଲାଇରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିରୋଧ କରିବା ସହ କାର୍ଯ୍ୟକୁ ପୁନର୍ବାର ଠିକ୍‌ ଭାବରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଯନ୍ତ୍ରୀ ମଧ୍ୟ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ୭୨୨୮/୨୦ା୦୮ା୨୦୧୯ ନମ୍ବରରେ ଏକ ଚିଠିକରି ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମସ୍ତ ତଥ୍ୟ ପ୍ରମାଣ ଥାଇ ମଧ୍ୟ ସମ୍ପୃକ୍ତ କମ୍ପାନୀ କୌଣସିମତେ ଏହି ଅଭିଯୋଗରୁ ନିଜକୁ ମୁକ୍ତ କରିନେବାରେ ସକ୍ଷମ ହୋଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟରେ ପାଣି ଟାଙ୍କି ଥିବାରୁ ସେଗୁଡ଼ିକରୁ ମଧ୍ୟ ଅତ୍ୟଧିକ ଲାଭ ଆଶାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଉପରୋକ୍ତ ୨ ପାଣିଟାଙ୍କି ମଧ୍ୟରୁ ପାଟପୁରସ୍ଥିତ ଟାଙ୍କି ୩ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କ୍ଷମତା ଥିବାବେଳେ ନୂଆସାହିସ୍ଥିତ ଟାଙ୍କିରେ ୪ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କରିବାର କ୍ଷମତା ରହିଛି। ସରକାରୀ ହିସାବ ଅନୁଯାୟୀ ପ୍ରତି ଲିଟର ଜଳ ଧାରଣ ନିମନ୍ତେ ୨୨ ଟଙ୍କା ହିସାବରେ ଉକ୍ତ ୨ ଟାଙ୍କି ପାଇଁ ୧ କୋଟି ୭୬ ଲକ୍ଷଟଙ୍କା ପ୍ରଦାନ କରାଯାଇଛି। ଏତେ ଟଙ୍କାର ପ୍ରକଳ୍ପ ଏଭଳି ଭାବେ ନିର୍ମାଣ ହେବା ଏବଂ ସେଥିପ୍ରତି ଉଚ୍ଚାଧିକାରୀମାନେ ଆଖିବୁଜି ଦେବାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଚାଲିଛି। ଏହି ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ପ୍ରଶ୍ନ କରାଯିବାରୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକଚନ୍ଦ୍ର ଦାସ ଏହା ଏକ ତ୍ରୁଟି ବୋଲି ମାନିଛନ୍ତି। ଏଥିସହିତ ଏହାର ସମାଧାନ ନିମନ୍ତେ ରାଜ୍ୟ ବାହାରୁ କୁଶଳୀ କାରିଗରମାନଙ୍କୁ ଡକାଯାଇଛି ବୋଲି କହିଛନ୍ତି। ତେବେ ବିପୁଳ ଟଙ୍କାରେ ହେଉଥିବା ନିର୍ମାଣରେ ତ୍ରୁଟି ଯୋଗୁ ପୁଣି ଖର୍ଚ୍ଚ କରାଯାଇ ସମାଧାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri