ସିରିଆଲ-ଫିଲ୍ମରେ ଶିଶୁଙ୍କ ନିୟୋଜନ ନେଇ କଟକଣା

ଭୁବନେଶ୍ୱର,୮ା୮(ଶର୍ମିଷ୍ଠା ପାଣିଗ୍ରାହୀ): ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ପୋକ୍‌ସୋ ଆକ୍ଟ, ଜୁଭେନାଇଲ ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଆକ୍ଟକୁ ଶିଶୁଙ୍କ କ୍ଷେତ୍ରରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡଭାଇଜରି ଅନୁସାରେ, ଯଦି କୌଣସି ଟେଲିଭିଜନ ବା ସିନେମା ପ୍ରଯୋଜକ ତାଙ୍କ କାର୍ଯ୍ୟ ପାଇଁ ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଉଛନ୍ତି ତା’ହେଲେ ପ୍ରଥମେ ତାଙ୍କୁ ଜିଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଅଣ୍ଡରଟେକିଂ ଲେଖିବା ସହ ସବିଶେଷ ସୂଚନା ପ୍ରଦାନ କରିବାକୁ ପଡ଼ିବ। ସେହିପରି ଲାଇଭ ଶୋ’ ବେଳେ ପିଲାଟିକୁ ଯେଭଳି ଅବହେଳା କି ନିର୍ଯାତନା ଦିଆଯିବ ନାହିଁ ସେ ନେଇ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇ ଆଗୁଆ ସୁନିଶ୍ଚିତ କରିବାକୁ ହେବ। ପିଲାଙ୍କୁ ନେଇ ହେଉଥିବା ଚଳଚ୍ଚିତ୍ର, ଟେଲିଭିଜନ ଧାରାବାହିକ, ରିୟାଲିଟି ଶୋ’, ସୋସିଆଲ ମିଡିଆ କଣ୍ଟେଣ୍ଟ ପ୍ରସାରଣ ଆଗରୁ ଡିସ୍‌କ୍ଲେମାର ଡିସ୍‌ପ୍ଲେରେ ପ୍ରଦର୍ଶନ କରିବାକୁ ହେବ। ସେହିପରି ବୟସ, ପରିପକ୍ୱତା, ମାନସିକ ତଥା ଶାରୀରିକ ବିକାଶକୁ ଦେଖି କିଶୋର ତଥା ଶିଶୁଙ୍କୁ କାଷ୍ଟ କରିବାକୁ ଦିଆଯିବ। ନିଶାଦ୍ରବ୍ୟ, ନଗ୍ନତା, ସେକ୍ସୁଆଲ ଆକ୍ଟିଂ ଆଦିରେ ସେମାନଙ୍କୁ ସାମିଲ କରାଯିବନାହିଁ। ଅତି ଅବଶ୍ୟକ ପଡିଲେ ବିଷୟବସ୍ତୁକୁ ନଜରରେ ରଖି ଉପଯୁକ୍ତ ଯତ୍ନର ସହକାରେ ଏହା କରାଯିବ। ସେମାନଙ୍କ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ ବାଧ୍ୟତାମୂଳକ ଭାବେ କରାଯାଇପାରିବ ନାହିଁ। କେବଳ ସ୍ତନ୍ୟପାନ କିମ୍ବା ଟିକାକରଣକୁ ଛାଡ଼ି ଦେଲେ ୩ମାସ ପୂର୍ବର ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିଆଯିବ ନାହିଁ। ୬ବର୍ଷରୁ କମ୍‌ ପିଲାଙ୍କ ପାଖରେ ପରିବାରର କେହି ସଦସ୍ୟ ଉପସ୍ଥିତ ରହିବା ନିହାତି ଆବଶ୍ୟକ। ଏଥିସହ ଯାତ୍ରା କରିବା ସମୟରେ ସେମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ସହ ସେମାନଙ୍କ ସହ ଅଭିଭାବକ ମଧ୍ୟ ରହିବେ। ପୋଷଣଯୁକ୍ତ ଖାଦ୍ୟ, ମେଡିକାଲ ସୁବିଧା ଓ ଶୁଟିଂ ସେଟ୍‌ରେ ସେମାନଙ୍କ ପୋଷାକ ପରିବର୍ତ୍ତନ କଲାବେଳେ ଭିନ୍ନ କୋଠରିର ବ୍ୟବସ୍ଥା ରହିବ। ବିପରୀତ ଲିଙ୍ଗର ଯେଭଳି କେହି ଉପସ୍ଥିତ ନ ରୁହନ୍ତି ସେ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଦିନରେ ୫ଘଣ୍ଟାରୁ ଅଧିକ କାମ ନ କରାଇବା ଓ ସମସ୍ତ ଆବଶ୍ୟକ ସୁବିଧା ପ୍ରଦାନକୁ ଆଡ୍‌ଭାଇଜରିରେ ଗୁରୁତ୍ୱ ଦିଆଯାଇଛି। ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଏସ୍‌ସିପିସିଆର୍‌ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଆଜି ରାତି ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଭୁବନେଶ୍ୱର,୨୩ା୧୦(ଅନିଲ ଦାସ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ଦମ୍‌ରେ ପ୍ରସ୍ତୁତ ଚଳାଇଛନ୍ତି। ତୃଣମୂଳ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାତ୍ୟା ଦ୍ୱାରା...

ଦର ବଢ଼ାଉଛି ‘ଦାନା’: କଳାବଜାର କରୁଥିବା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର/ଅନିଲ ଦାସ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁଁ ମିଳିବ ୧୨ଦିନ ଛୁଟି

ଭୁବନେଶ୍ୱର,୨୨।୧୦: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଋତୁସ୍ରାବ ପାଇଁ ଏବେ ଦିନେ ନୁହେଁଁ ମିଳିବ ୧୨ଦିନ ଛୁଟି। ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି...

ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ…

ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍‌ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri