Posted inଫୁରସତ

ବାଣ ଓ ଚନ୍ଦ୍ରୟାନ

ଦୀପାବଳିରେ ଦୀପ ଜାଳି ଅନ୍ଧକାର ବିପକ୍ଷରେ ଆଲୋକର ବିଜୟ ଦିବସ ପାଳନ କରାଯାଏ। କିନ୍ତୁ ଅଧିକାଂଶ ବିଶେଷକରି ଆଜିର ଯୁବପିଢ଼ି ଦୀପ ଜାଳିବା ବଦଳରେ ବାଣ ଫୁଟେଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କାରଣ, ବାଣର ଶବ୍ଦ ଓ ଆଲୋକ ସେମାନଙ୍କୁ ଆନନ୍ଦ ଦିଏ।
କିନ୍ତୁ ଦୁଃଖର କଥା, ବାରୁଦ ତିଆରିଠାରୁ ବାଣ ଫୁଟିଲା ପର୍ଯ୍ୟନ୍ତ ଜୀବନ ପ୍ରତି ବିପଦ ରହିଥାଏ ଏବଂ ଫୁଟିଲା ପରେ ପରିବେଶ ଖରାପ ହୁଏ। ବାରୁଦରୁ ବାହାରୁଥିବା ରାସାୟନିକ ଧୂଆଁ ବାୟୁମଣ୍ଡଳରେ ବିଷ ଭରିଦିଏ। ବାରୁଦ ଆଖିରେ ପଡ଼ିଲେ କିମ୍ବା ପେଟ ଭିତରକୁ ଗଲେ ରୋଗ ସୃଷ୍ଟି କରେ।
ଅଧିକାଂଶ ରାସାୟନିକ ବାଣର ଧ୍ୱନିସ୍ତର ୧୪୦ ଡେସିବେଲରୁ ଅଧିକ। ତେଣୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା କ୍ଷେତ୍ରରେ ରାସାୟନିକ ବାଣର ଅନେକ ଭୂମିକା ରହିଛି। ଅତଏବ, ବାଣ ବାବଦରେ ଆମେ ଖର୍ଚ୍ଚ କରୁଥିବା ଟଙ୍କା ଆମ ପାଇଁ ସମସ୍ୟା ସୃଷ୍ଟି କରେ।
ପ୍ରତିବର୍ଷ ଭାରତରେ ବାଣ ଫୁଟେଇବାରେ ପାଖାପାଖି ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ଗୋଟିଏ ଭାରତୀୟ ପରିବାର ବାଣ ବାବଦରେ ହାରାହାରି ୫୦୦୦ ରୁ ୧୦୦୦୦ ଟଙ୍କା ଖର୍ଚ୍ଚ କରିଥାଏ । କୋଟି କୋଟି ଟଙ୍କାର ବାଣ ଫୁଟିବା କଥା କହିଲେ, ଆମର ଚନ୍ଦ୍ରୟାନ କଥା ମନେପଡେ। ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସହାୟତାରେ ଭାରତ ୩ ଥର ଚନ୍ଦ୍ରକୁ ମହାକାଶଯାନ ପଠେଇ ସାରିଛି। ଆମର ବୈଜ୍ଞାନିକମାନେ ପ୍ରଥମ ଅଭିଯାନରୁ ସଫଳତାର ସ୍ବାଦ ଚାଖିଥିଲେ ଓ ଦେଶର ଗୌରବ ବଢେଇଥିଲେ। ଏବେ ତୃତୀୟ ଅଭିଯାନର ସଫଳତା ଭାରତକୁ ଶ୍ରେଷ୍ଠ ଆସନରେ ବସେଇଛି । କିନ୍ତୁ, ଦିନେ ଭାରତକୁ ଗରିବ ବୋଲି କହି ଚନ୍ଦ୍ରଯାତ୍ରାକୁ ବିଭିନ୍ନ ମହଲରେ ଅଗ୍ରାହ୍ୟ କରାଯାଉଥିଲା ।
ହେଲେ ସେଇ ଦେଶରେ ଗୋଟିଏ ରାତିରେ ବାଣ ପୋଡିବାର ବଜେଟ ଚନ୍ଦ୍ରଯାନ ପଠେଇବା ଖର୍ଚ୍ଚଠାରୁ ବି ଅଧିକ।
୨୦୦୮ ମସିହାରେ ପ୍ରଥମ ଚନ୍ଦ୍ରଯାନ ସକାଶେ ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା। ଏହା ଥିଲା ମୁଣ୍ଡପିଛା ୩ ଟଙ୍କା ୨୦ ପଇସା। ୨୦୧୯ ମସିହାରେ ଦ୍ୱିତୀୟ ଚନ୍ଦ୍ରୟାନ ପାଇଁ ଖର୍ଚ୍ଚ ଥିଲା ୯୭୮ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୭ ଟଙ୍କା ୧୦ ପଇସା। ୨୦୨୩ ମସିହାରେ ତୃତୀୟ ଚନ୍ଦ୍ରୟାନ ପାଇଁ ଖର୍ଚ୍ଚ ଥିଲା ୬୧୫ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୪ ଟଙ୍କା ୩୦ ପଇସା। ଏତେ କମ୍‌ ଟଙ୍କାରେ ବି ଭାରତର ଚନ୍ଦ୍ରଯାତ୍ରା ମହାକାଶ ଗବେଷଣାରେ ବିପ୍ଳବ ସୃଷ୍ଟି କରିପାରିଛି। ଆଜି ଦେଶର ଅର୍ଥନୈତିକ ବିକାଶରେ ମହାକାଶ ଗବେଷଣା ସହାୟତା କରୁଛି। ଆମେ ମହାକାଶ ବିଜ୍ଞାନୀଙ୍କ ଉପରେ ବିଶ୍ୱାସ ନ କରିବା ପାଇଁ କେଇଟା ମାତ୍ର କାରଣ ଥାଇପାରେ, କିନ୍ତୁ ସେମାନଙ୍କର ଦକ୍ଷତା ଉପରେ ପୂରା ଭରସା କରିବା ପାଇଁ ଯଥେଷ୍ଟ କାରଣ ରହିଛି ା ଯଦି ଆମେମାନେ ବାଣ ନ ଫୁଟେଇ ପରିବେଶକୁ ଦୂଷିତ ନକରି ସେଇ ଟଙ୍କାରେ ବର୍ଷକୁ ୨ ଥର ମହାକାଶଯାନ ପଠେଇବା କାମରେ ସହାୟତା କରନ୍ତେ, ତେବେ ଆମ ଦେଶ ମହାକାଶ ଗବେଷଣାରେ ସାରା ପୃଥିବୀରେ ଅଧିକରୁ ଅଧିକ ଗୌରବ ଅର୍ଜନ କରିପାରନ୍ତା। ଏବେ ସମସ୍ତେ ଭାବନ୍ତୁ, ହାବେଳି ବାଣରେ ନିଆଁ ଲଗେଇ ପରିବେଶକୁ ନଷ୍ଟ କରିବେ ନା ଚନ୍ଦ୍ରକୁ ମହାକାଶଯାନ ପଠେଇବା ପାଇଁ ଅଗ୍ନି ସଂଯୋଗ କରିବେ ।
– ଡ. କମଳାକାନ୍ତ ଜେନା, ଓ.ଇ.ଏସ୍‌-୧, ବିଜ୍ଞାନ ଏକାଡେମୀ ସଦସ୍ୟ, ଭଦ୍ରକ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ,
ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପହଞ୍ଚିଲା କୁକୁଡ଼ା ମାରିବା ମାମଲା, ଅଭିଯୁକ୍ତଙ୍କୁ ହୋଇପାରେ ୫ ବର୍ଷ ଜେଲ!

ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର କୌଶମ୍ଭି ଜିଲାରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ ତାଙ୍କ ପୋଷା କୁକୁଡ଼ା ହତ୍ୟା ପରେ ନ୍ୟାୟ ପାଇବା...

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri