ପୁରୀରେ ବାଣ ବସ୍ଫୋରଣ: ୩ ଗୁରୁତର

ପୁରୀ,୩୧।୧(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ଜଣ ନାବାଳକ ବୋଲି ଜଣାପଡିଛି।

ଗୁରୁତରମାନେ ହେଲେ ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନା l ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ସଦର ମୁଖ୍ୟ ଚକିତ୍ସାଳୟରେ ବର୍ଣ୍ଣ ୟୁନିଟ ନ ଥିବାରୁ ୩ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସଞ୍ଜୟ ଜେନା, ଗୁଲା ରାଉତଙ୍କ ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ଲିପା ରାଉତଙ୍କ ୫୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି l

ମିଳିଥିବା ସୂଚନା ମୁତାବକ, ସା ସମୟରେ ଲିପା ରାଉତଙ୍କ ଘରେ ତିଆରି ବାଣ ବିକ୍ରି ହେଉଥିବା ସଞ୍ଜୟ ଜେନା ଖବର ପାଇ ବାଣ କିଣିବା ପାଇଁ ଯାଇଥିଲେ। ସେଠାରେ ଲିପା ରାଉତ ଓ ଗୁଲା ରାଉତ ସଞ୍ଜୟଙ୍କ ପାଇଁ ବାଣ ତିଆରି କରିବା ସମୟରେ ଏହି ବିସ୍ପୋରଣ ଘଟିଥିଲା। ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ଲିପା ଓ ଗୁଳା ସମ୍ପର୍କରେ ଦିଅର ଭାଉଜ ହେବେ ବୋଲି ଜଣାପଡିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ଓ ସିଟିଡିଏସ୍‌ପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2025 ମଧ୍ୟରେ CSKର ଏହି ଖେଳାଳିଙ୍କ ପିତାଙ୍କ ମୃତ୍ୟୁ, ଭାଙ୍ଗିପଡିଲେ…

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025ର ୩୮ତମ ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଯେତେବେଳେ...

ଗୁଣି ଗାରେଡ଼ି ସନ୍ଦେହ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ଅଟକାଇବାକୁ ଯାଇ IIC ଆହତ

ରାୟଗଡ଼ା/ପଦ୍ମପୁର,୨୨।୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର)- ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ନରମିଲେ Russia ରାଷ୍ଟ୍ରପତି ପୁଟିନ

ମସ୍କୋ,୨୨।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଇରାନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଭାଗୀତା ଚୁକ୍ତିକୁ ଅନୁମୋଦନ କରିଛନ୍ତି। ପୂର୍ବରୁ, Russia ସଂସଦ ଏହି...

ବଢୁଛି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଟ୍ରମ୍ପ ସରକାରଙ୍କ ମଧ୍ୟରେ ବିବାଦ

ଓ୍ବାଶିଂଟନ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରର ପାଣ୍ଠି...

ନବଗ୍ରହ ମନ୍ଦିରରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟିନେଲେ…

ସାବରଙ୍ଗ,୨୨।୪(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତର ବାଣପୁର ଗ୍ରାମରେ ଥିବା ନବଗ୍ରହ ମନ୍ଦିରରୁ ସୋମବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଛି।...

Pop Francis Death: ଫ୍ରାନ୍ସିସଙ୍କ ପରଲୋକରେ ଭାରତରେ ୩ ଦିନିଆ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୨।୪: ପୋପ ଫ୍ରାନ୍ସିସଙ୍କ ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସୋମବାର Pop Francisଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ...

IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025 ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି।...

ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image