ନଦୀପଠାରେ ବାଣ ବଜାର, ସୁରକ୍ଷା ବ୍ୟବସ୍ଥା ଶୂନ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପଠାରେ ଖୋଲିଛି ବାଣ ବଜାର। ସ୍ଥାନୀୟ ଅଗ୍ନିଶମ ବିଭାଗ ନଦୀକୂଳରେ ବାଣ ବଜାର ଖୋଲିବା ପାଇଁ ଅନୁମତି ଦେଇଛି। ତେବେ ନଦୀପଠାରେ ବାଣ ବଜାର ଖୋଲିବାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଣ ବଜାରର ବିସ୍ଫୋରକ ସାମଗ୍ରୀ ଜଳ ପ୍ରଦୂଷଣ ଉପରେ ଯଥେଷ୍ଟ କୁପ୍ରଭାବ ପକାଇବ ବୋଲି ପରିବେଶବିତ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ପରିବେଶବିତ୍‌ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଅନ୍ୟପକ୍ଷେ ବାଣ ବଜାର ଖୋଲିବାରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଅନ୍ୟସବୁ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବାଣ ବଜାରରେ ୬୫ଟି ଷ୍ଟଲ ଖୋଲା ଯାଇଛି। ପ୍ରତ୍ୟେକ ଷ୍ଟଲ ମଧ୍ୟରେ ଦୂରତା ଅତି କମରେ ୩ ମିଟର ରହିବା କଥା, ଷ୍ଟଲଗୁଡିକ ମୁହାଁମୁହିଁ ନ ରଖିବାକୁ ଗାଇଡ୍‌ଲାଇନରେ ଉଲ୍ଳେଖ ରହିଛି।

ହେଲେ ବାଣ ବଜାରରେ ଗାଇଡ୍‌ଲାଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇ ଥିବାବେଳେ ଜାଣିଶୁଣି ସ୍ଥାନୀୟ ଅଗ୍ନିଶମ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଛି। କେବଳ ସେତିକି ନୁହେଁ, ବାଣ ବଜାରରେ ଅଗ୍ନିଶମ ସୁରକ୍ଷା ଯୋଗାଇଦେବାର ପ୍ରମୁଖ ପ୍ରାବଧାନ ରହିଛି। କିନ୍ତୁ ଗତ ୨୯ତାରିଖରୁ ଜୀରାନଦୀ ପଠାରେ ବାଣ ବଜାର ଖୋଲିଥିଲେ ସୁଦ୍ଧା ଏଠାରେ କିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇ ନ ଥିବା ପରିଲକ୍ଷିତ ହୋଇଛି।

ଅଗ୍ନିଶମ ବିଭାଗର ଗାଡି କିମ୍ବା ଅଗ୍ନି ର୍ନିବାପକ ଯନ୍ତ୍ରର ବ୍ୟବସ୍ଥା ଦୂରର କଥା, ବାଣ ବଜାରରେ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟ ଦେଖା ନାହିଁ। ୩ ଦିନ ହେଲା ଏଠାରେ ବାଣ ବଜାର ଖୋଲି ଥିବାବେଳେ ସେଭଳି ଅବସ୍ଥା ଲାଗି ରହିଥିବା କିଛି ଦୋକାନୀ କହିଛନ୍ତି।

ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ମଧ୍ୟ ବାଣ ବଜାରରେ ସେଭଳି ସ୍ଥିତି ଦେଖିବାକୁ ମିଳିଛି। ସେହି ସମୟରେ ବାଣ ବଜାରରେ କେହି ଅଗ୍ନିଶମ କର୍ମଚାରୀ କିମ୍ବା ଅଗ୍ନିଶମ ବିଭାଗର କୌଣସି ଗାଡି ଦେଖିବାକୁ ମିଳି ନ ଥିଲା। କେବଳ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ଜଣେ ଦୁଇଜଣ କର୍ମଚାରୀ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ।

ତେବେ ଅପରାହ୍ନ ପ୍ରାୟ ୪ଟାରେ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା ଏବଂ ସେ ବାଣ ବଜାର ଭିତରକୁ ପଶୁଥିବା ଲୋକଙ୍କୁ ସେମାନଙ୍କ ବାଇକ କେଉଁଠି ରଖିବେ, ତାହା ସେ ଇଙ୍ଗିତ କରୁଥିଲେ। ତେବେ ବାଣ ଦୋକାନୀଙ୍କୁ ପଚାରିବାରୁ ବାଣ ବଜାରରେ ନିୟୋଜିତ ସିକ୍ୟୁରିଟି କର୍ମଚାରୀ ସେମାନଙ୍କ ଖର୍ଚ୍ଚରେ ରଖିଛନ୍ତି । ସୁରକ୍ଷା ପାଇଁ ଗତ ୨ଦିନ ହେଲା, ଅଗ୍ନିଶମ କର୍ମଚାରୀ କିମ୍ବା ଅଗ୍ନିଶମ ବିଭାଗର ଗାଡି ବାଣ ବଜାରକୁ ଆସି ନ ଥିବା ସେମାନେ କହିଥିଲେ।

ଅନ୍ୟପକ୍ଷେ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ଥିବା ସୂଚନା ମିଳିଛି। ଏହା ସହିତ ବାଣ ଦୋକାନୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବାଣ ଦୋକାନ ଲାଇସେନ୍ସ ସମୟରେ ସେମାନଙ୍କଠାରୁ ୫ହଜାର ଟଙ୍କା ଲେଖାଏଁ ବିଭାଗୀୟ ଅଧିକାରୀ ନେଇଛନ୍ତି। କିନ୍ତୁ ମାଗିବା ସତ୍ତ୍ୱେ ସେମାନଙ୍କୁ ସେହି ଦେୟରାଶି ବାବଦକୁ ସମ୍ପୃକ୍ତ ଅଧିକାରୀ ରସିଦ ଦେଇ ନ ଥିବା ବାଣ ଦୋକାନୀମାନେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ମତାମତ ନେବାକୁ ବରଗଡ଼ ଅଗ୍ନିଶମ ଅଧିକାରୀ ସୁଦୀପ୍ତ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri