କଟକ ଅଫିସ, ୨।୧୧: ଆଗକୁ କାଳୀ ପୂଜା ଓ ଦୀପାବଳି। ତେବେ କୋଭିଡ୍ କଟକଣା ଭିତରେ ପାଳିତ ହେବ ଏହିସବୁ ପର୍ବ। କଟକରେ ପୂର୍ବଭଳି ଚଳିତ ବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି ପ୍ରତୀକ୍ ସିଂ କହିଛନ୍ତି। ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ
ଲାଇସେନ୍ସ ନେବାକୁ ହେବ। ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ବୋଲି ଡିସିପି କହିଛନ୍ତି। ଏଥିସହ ବାଣ ଦୋକାନରେ ସାମାଜିକ ଦୂରତ୍ୱ ଓ ମାସ୍କକୁ ବାଧ୍ୟତାମୂଳକ କରାଯିବ।
ଅପରପକ୍ଷେ, ଦୂର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ୍ କଟକଣାରେ ପାଳିତ ହେବ। କାଳୀପୂଜା ପାଇଁ ୧୫ ପ୍ଲାଟୁନ ଫୋର୍ସ, ୫୦ ଅଧିକାରୀ ମୁତୟନ ହେବେ।