ରାସ୍ତାସାରା ଖାଲ, ମରାମତି ହେଉନି

ବିଞ୍ଝାରପୁର,୧ା୮(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଶାସନ୍ଦା ପଞ୍ଚାୟତର ତାଉଁତରାଠାରୁ ଗୁହାଳି ପଞ୍ଚାୟତର ଇଞ୍ଜନପୁର ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ତେବେ ଦୀର୍ଘଦିନ ହେବ ରାସ୍ତା ମରାମତି ନ ହୋଇ ପଡ଼ିରହିବା ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଶାସନ୍ଦା ଓ ଗୁହାଳି ପଞ୍ଚାୟତର ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ନିଜର ଦୈନଦିନ ଜୀବନରେ କିଣାବିକାଠାରୁ ଆରମ୍ଭ କରି ବ୍ୟବସାୟ ବାଣିଜ୍ୟ ନିମନ୍ତେ ଏହି ରାସ୍ତା ଉପରେ ନିର୍ଭରଶୀଳ ହୋଇଥାନ୍ତି। ହେଲେ ମରାମତି ଅଭାବରୁ ରାସ୍ତାସାରା ଖାଲଖମାରେ ଭରିଯାଇଛି। ଫଳରେ ଯାତାୟାତରେ ଲୋକେ ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁ ରାସ୍ତା ମରାମତି ହୋଇପାରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରିବାକୁ ୨ ପଞ୍ଚାୟତବାସୀ ଦାବି କରିଛନ୍ତି।

Share