Categories: ଜାତୀୟ

ଭାଜପାରେ ଫାଟ: ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ବସୁନ୍ଧରା ହଟିଲେ…

ଜୟପୁର,୧୩।୬: ରାଜସ୍ଥାନ ଭାଜପାରେ ଧୀରେ ଧୀରେ ଫାଟ ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆଙ୍କୁ ହଟା ଯାଇଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଘଟିଛି। ଦଳୀୟ ମୁଖ୍ୟାଳୟରେ ଲଗାଯାଇଥିବା ପୋଷ୍ଟରରେ ବସୁନ୍ଧରାଙ୍କ ଫଟୋ ନ ଥିବାରୁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବସନ୍ଧରା ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି।

Share