Categories: ଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ସରକାରରେ ଫାଟ: ଉପମୁଖ୍ୟମନ୍ତ୍ରୀ ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ଼,୩।୧୨: ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ସରକାରରେ ଫାଟ ବଢ଼ିବାରେ ଲାଗିଛି। ରାଜ୍ୟ ଭାଜପା ସରକାରରେ ସହଯୋଗୀ ଥିବା ଜନନାୟକ ଜନତା ପାର୍ଟି(ଜେଜେପି)ର ସଦସ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିୟାଣାରେ ଜେଜେପିର ଦୁଷ୍ମନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟରେ କୌଣସି ପରିବର୍ତ୍ତନ ହେଲେ ଜେଜେପି ମେଣ୍ଟ ସରକାରରୁ ଓହରି ଆସିବା ସହିତ ଦୁଷ୍ମନ୍ତ ଇସ୍ତଫା ଦେବେ। ଏନେଇ ଜେଜେପି ରାଷ୍ଟ୍ରୀୟ ପ୍ରବକ୍ତା ପ୍ରତୀକ ସୋମ୍‌ କହିଛନ୍ତି। ଜେଜେପି ସବୁବେଳେ ଚାଷୀଙ୍କ ସପକ୍ଷରେ ରହିଛି ଏବଂ ଏହା ଜାରି ରହିବ ବୋଲି ପ୍ରତୀକ୍‌ କହିଛନ୍ତି।

Share