Categories: ଜାତୀୟ

କୃଷି ଆଇନ ନେଇ ଏନ୍‌ଡିଏରେ ଫାଟ: ଶାହାଙ୍କୁ ଚିଠି ଲେଖିଲେ ଆର୍‌ଏଲ୍‌ପି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଏନ୍‌ଡ଼ିଏରେ ଫାଟ ସୃଷ୍ଟି ହୋଇଛି। ଏନ୍‌ଡ଼ିଏର ସହଯୋଗୀ ଦଳ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହି ଆଇନକୁ ଫେରାଇ ନେବା ଉପରେ ଗୁରୁତ୍ୱାରୋପ କରିବା ଆରମ୍ଭ କରିଛନ୍ତି। ଏନ୍‌ଡିଏ ସହଯୋଗୀ ଥିବା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି)ର ଅଧ୍ୟକ୍ଷ ହନୁମାନ ବେନିଓ୍ବାଲ ଏସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। କୃଷି ଆଇନ ହଟାଇ ନ ନିଆଗଲେ ଆର୍‌ଏଲ୍‌ପି ଏନ୍‌ଡ଼ିଏରୁ ଓହରି ଯିବ ବୋଲି ହନୁମାନ ଚେତାବନୀ ଦେଇଛନ୍ତି। ପ୍ରବଳ ଥଣ୍ଡାରେ ଚାଷୀ ଆନ୍ଦୋଳନ କରୁଛନ୍ତି। ଏହା ସରକାରଙ୍କ ପାଇଁ ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି।

Share