ସଜନାଗଡ଼,୨୩।୧୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରିଠାରୁ ୫କି.ମି. ଦୂର ସଜନାଗଡ଼ ଗ୍ରାମରେ ଅବସ୍ଥିତ ମା’ ଭୂଧାରଚଣ୍ଡୀଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ। ମନ୍ଦିର ଦ୍ୱାରବନ୍ଧ ସହ ମୁଖ୍ୟ ଗର୍ଭଗୃହରେ ପାଣି ଓ ମନ୍ଦିରର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ମା’ଙ୍କ ଦେହରେ ପାଣି ଝରୁଛି। ଫଳରେ ମନ୍ଦିର ପ୍ରତି ବିପଦ ଦେଖାଦେଇଛି। ଦେବୋତ୍ତର ବିଭାଗର ଏବଂ ରାଜ୍ୟ ସରକାର ଏଥିପ୍ରତି ସୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଠାକୁର ମାହାଲ ଅଧିକାରୀ ନିରଞ୍ଜନ ଧଳ କହିଛନ୍ତି, ସେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ମନ୍ଦିର ପାରିପାର୍ଶ୍ୱିକ ଅବସ୍ଥା ତଥା ରକ୍ଷଣାବେକ୍ଷଣ ଉପରେ କୌଣସି ଅଭିଯୋଗ ହସ୍ତଗତ ହୋଇ ନ ଥିବା ପ୍ରକାଶ କରିବା ସହ ଖୁବ୍ଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ।