ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

ପୁରୀ ଅଫିସ,୪।୭: ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ। ସୋମବାର ରଥର ଦକ୍ଷିଣମୋଡ଼ ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ ଦେଖାଦେଇଥିବା ବେଳେ ଦର୍ପଦଳନର ବଡ଼ଉଛୁଳା ଚକରେ ଫାଟ ହୋଇଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ଅଧିକାରୀ। ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରଥ ଚକକୁ ଯାଞ୍ଚ କରୁଛନ୍ତି।