୪୦ ଘଣ୍ଟା ଜଳିବ ମାଟିର ଏହି ଦୀପ: ଫୋନ୍‌କରି ଅର୍ଡର କରୁଛନ୍ତି ଲୋକେ

ଛତିଶଗଡ଼ର କୋଣ୍ଡାଗାଓଁରେ ରୁହନ୍ତି ଅଶୋକ ଚକ୍ରଧାରୀ । ବୃତ୍ତିରେ ସେ ଜଣେ କାରିଗର। ମାଟିରେ ସେ ଭିନ୍ନ ଭିନ୍ନ ଜିନିଷମାନ ତିଆରି କରି ବିକ୍ରି କରିଥାନ୍ତି। ଏବେ ସେ ମାଟିରେ ଏକ ସ୍ବତନ୍ତ୍ର ଦୀପ ତିଆରି କରିଛନ୍ତି। ଯାହାକି ୨୪ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳିବ। ଏଥିପାଇଁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ତେବେ ଅଶୋକଙ୍କର ଏହି ଫଟୋ ଏବଂ ଭିଡିଓ କିପରି ସୋସିଆଲ ମିଡିଆରେ ଭାଇରାଲ ହେଲା ତାହା ଜଣାପଡ଼ି ନାହିଁ। କିନ୍ତୁ ଏବେ ଲୋକମାନେ ତାଙ୍କୁ ଫୋନ୍‌କରି ଏହିପରି ଦୀପ ପାଇଁ ଅର୍ଡର ଦେଉଛନ୍ତି।
ଏ ନେଇ ଅଶୋକ କହିଛନ୍ତି ଯେ, ୩୫ ବର୍ଷ ପୁର୍ବେ ସେ ଏପରି ଏକ ଦୀପ ଦେଖିଥିଲେ। ଏହାକୁ ମନରେ ରଖି ଏହି ଦୀପ ତିଆରି କରିଥିବା କହିଛନ୍ତି। ଆମେ ପ୍ରତିଦିନ ୫୦-୬୦ଟି ଏହିପରି ସ୍ବତନ୍ତ୍ର ଦୀପ ତିଆରି କରିଥାଉ।ଯାହାର ମୂଲ୍ୟ ୨୦୦ରୁ ୨୫୦ ଟଙ୍କା ବୋଲି ଅଶୋକ କହିଛନ୍ତି।

Share