କ୍ରେନ୍‌ ଖସି ୬ ମୃତ, ୫ରୁ ଅଧିକ ଆହତ

ବେଜିଂ,୧୪ା୯: ଚାଇନାର ଜିଆଙ୍ଗ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସିଚୁଆନ ପ୍ରଦେଶର ରାଜଧାନୀ ଜିଆନୟାଙ୍ଗରେ ଏକ କ୍ରେନ୍‌ ଖସିପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଜିଆଙ୍ଗ ସହରର ତୁଓ ନଦୀ ଉପରେ ଏକ ଏକ୍ସପ୍ରେସଓ୍ବେ ବ୍ରିଜ୍‌ ନିର୍ମାଣ ସମୟରେ ବୁଧବାର କ୍ରେନ୍‌ଟି ଖସିପଡ଼ିଥିଲା। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଥିବା ଅଧିକାରୀମାନେ ଏନେଇ ଗୁରୁବାର ସୂଚନା ଦେଇଛନ୍ତି। କ୍ରେନ୍‌ ଖସିପଡ଼ିବାର କାରଣ ନେଇ ଆଜି ଅନୁସନ୍ଧାନ ଚାଲିଛି।

Share