କଟ୍ରିନାଙ୍କ ଏହି ସବୁ ଫଟୋ ପାଇଁ ପାଗଳ ପ୍ରଶଂସକ

କଟ୍ରିନା କୈଫ୍‌ ତାଙ୍କର ଫିଗର ପାଇଁ ବଲିଉଡରେ ଜଣାଶୁଣା। ସେ ୱାର୍କଆଉଟ ଏବଂ ଜିମରୁ ପାଇଥିବା ଏହି ଫିଗରକୁ ହାତଛଡା କରିବାକୁ ଚାହାନ୍ତି ନାହିଁ।। ସେଥିପାଇଁ, ପାର୍ଟିଠାରୁ ଆଓ୍ବାଡ ଶୋ ପର୍ଯ୍ୟନ୍ତ, ସବୁଠାରେ ଆକର୍ଷଣୀୟ ଲାଗିଥାନ୍ତି। ସେ ଭାରତୀୟ ପୋଷାକରେ ମଧ୍ୟ ଚମତ୍କାର ଦେଖାଯାଉଛନ୍ତି ଏବଂ ତାଙ୍କ ପସନ୍ଦ ବହୁତ ଆଶ୍ଚର୍ଯ୍ୟଜନକ ମାତ୍ର ଯେତେବେଳେ ପାଶ୍ଚାତ୍ୟ ପୋଷାକ କଥା ଆସେ, ତାହା ଅଧିକ ଚମତ୍କାର ଲାଗିଥାଏ।

କରୋନା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ଯାଉ ନ ଥିଲେ ମଧ୍ୟ ଘରର ଛାତରେ କରିଥିବା ଏହି ଫଟୋଶଟଟି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଇନ୍ଦ୍ରଧନୁ ପୋଷାକ ସହିତ ମେଳ ଖାଉଥିବା ସ୍ନେକର୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଛୋଟ ପୋଷାକରେ କ୍ୟାଟ୍ରିନାଙ୍କ ଏହି ଲୁକ ପୂର୍ବ ପରି ହଟ୍‌ ଲାଗୁଛି।

କମଳା ରଙ୍ଗର ବଡି କନ ଡ୍ରେସରେ କଟ୍ରିନା ଏକ ସୁପରଗ୍ଲାମ ଲୁକରେ ନଜର ଆସିଥିଲେ। ଫିଲ୍ମର ଟ୍ରେଲର ଲଞ୍ଚ ପାଇ ପ୍ରସ୍ତୁତ ହୋଇଥିବା କ୍ୟାଟ୍ରିନାଙ୍କ ପୋଷାକ ମଧ୍ୟ ବହୁତ ସ୍ବତନ୍ତ୍ର ଥିଲା।

କ୍ୟାଟ୍ରିନା ଏକ ଛୋଟ ଚମତ୍କାର ସିଲଭର ପୋଷାକରେ ଏକ ଗ୍ଲାମରସ ଏବଂ ସୁପରହୋଟ ଲୁକ୍‌ରେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି।

ଏଥି ସହିତ, ସ୍ଲିମ ଫିଟ ଗୋଲାପୀ ରଙ୍ଗର ପୋଷାକରେ କ୍ୟାଟ୍ରିନା ପ୍ରଶଂସକଙ୍କଠାରୁ ଅନେକ ପ୍ରଶଂସା ଗ୍ରହଣ କରିଥିଲେ।

Share